କଣ ଆପଣଙ୍କୁ ଜଣାଅଛି ଦୁବାଇ ପାଖରେ ଏତେ ଟଙ୍କା ଆସିଲା କେମିତି, ଜାଣନ୍ତୁ ଧନୀ ହେବା ପଛରେ କାହାର ରହିଛି ହାତ ?

କଣ ଆପଣ କେବେ ଭାବିଛନ୍ତି ଯେ ଦୁବାଇ ଏତେ ଧନୀ କିପରି ହେଲା ? ଯଦି ଆପଣ ଭାବୁଛନ୍ତି ଯେ ତେଲ କାରଣରୁ ଦୁବାଇ ଏତେ ଧନୀ ହୋଇଯାଇଛି ତାହେଲେ ଆମେ କହିବୁ ଆପଣ ଭୁଲ ଭାବୁଛନ୍ତି । 30 ବର୍ଷ ପୂର୍ବେ ଦୁବାଇରେ କେବଳ ମରୁଭୂମି ଥିଲା ,ନା ସେଠାରେ ଚାଷବାସ ହେଉଥିଲା ନା ତା ପାଖରେ ନିଜର ପିଇବା ପାଣି ଥିଲା ତଥାପି ଆଜି ଦୁବାଇ ବିଶ୍ଵର ସବୁଠାରୁ ବିଖ୍ୟାତ ସହର ମାନଙ୍କ ମଧ୍ୟରେ ଗୋଟିଏ, ଏଠାକାର ପୋଲିସ ଫୋର୍ସ ଜିପ ନୁହେଁ ବରଂ ଆଷ୍ଟନ, ବେଣ୍ଟଲି ଓ ଅଡି ଭଳି କାରର ବ୍ୟବହାର କରନ୍ତି।

ଦୁବାଇ ବିଶ୍ୱର ସର୍ବପ୍ରଥମ ୭ ଷ୍ଟାର ହୋଟେଲ ବ୍ରୁଜଲ ଆରବକୁ ବନାଇଲା ଏବଂ ଦୁନିଆର ସବୁଠାରୁ ଉଚ୍ଚ ଅଟ୍ଟାଳିକା ବ୍ରୁଜ୍‌ ଖଲିଫାର ନିର୍ମାଣ କଲା। ଏବେ ପ୍ରଶ୍ନ ଉଠୁଛି ଯେ ଦୁବାଇ ପାଖରେ ଏତେ ଟଙ୍କା ଆସିଲା କେମିତି। ତେବେ ଆସନ୍ତୁ ଏହାର କାରଣ ବିଷୟରେ ଜାଣିବାକୁ ହେଲେ ଆମକୁ ୧୯୬୬ ମସିହା ପଛକୁ ଯିବାକୁ ପଡିବ।

dubai୧୯୬୬ ମସିହାରେ ଦୁବାଇରେ ପ୍ରଥମେ ତେଲର ସନ୍ଧାନ କରାଯାଇଥିଲା। ଏହାର ଠିକ୍‌ ତିନି ବର୍ଷ ପରେ ଅର୍ଥାତ ୧୯୬୯ରେ ଦୁବାଇ ତେଲ ବ୍ୟବସାୟ ଆରମ୍ଭ କଲା ଏବଂ ପ୍ରଥମ ସିପମେଣ୍ଟ ଏକ ଲକ୍ଷ ୮୦ ହଜାର ପାରସ ଥିଲା। ସେହିପରି ୧୯୭୧ ମସିହରରେ ଦୁବାଇ ୟୁଏଆଇର ଅଂଶିଦାର ହେଲା। ୧୯୭୨,୧୯୭୩ ଏବଂ ୧୯୮୨ରେ ଦୁବାଇ ଆଉ ତିନୋଟି ତେଲ କ୍ଷେତ୍ରର ସନ୍ଧାନ କଲା। ୧୯୯୯ରେ ସରକାରୀ କମ୍ପାନୀ ଆମରେଡସ ନ୍ୟାସନାଲ ଅଏଲ କମ୍ପାନୀ ନିଜର ପ୍ରଥମ ରିଫାଇନଡ୍‌ ଖୋଲିଲା। ଦୁବାଇକୁ ଏତେ ଧନୀ ତେଲ ନୁହେଁ ବରଂ ଦୁବାଇର ରୟାଲ ହାଇନେସ୍‌ ମହମ୍ମଦ ବିନ୍‌ ରସିଦ୍‌ ଅଲମଦଙ୍କର ଦୂରଦର୍ଶୀତା ବନାଇଛି। ତାଙ୍କୁ ଜଣାଥିଲା ଯେ ସେ ତେଲର ଜଣେ ଏକ୍ସପର୍ଟ ନୁହନ୍ତି ଏବଂ ତେଲ ଆଜୀବନ ଅର୍ଥବ୍ୟବସ୍ଥାକୁ ଚଳାଇପାରିବନାହିଁ। ତେଲ ଦୁବାଇକୁ ଏକ ନୂଆ ଦୁନିଆ ଆଡକୁ ବଢ଼ିବା ପାଇଁ ପ୍ରେରଣା ଦେଲା। କିନ୍ତୁ ଦୁବାଇର ଅର୍ଥନୀତିରେ ଆଜି ତେଲର ଭୂମିକା ମୋତ୍ର ୫% । ଏବେ ଆପଣ ଭାବୁଥିବେ ବାକି ୯୫ ପ୍ରତିଶତ କାହା ଉପରେ ଆଧାରିତ। ତେବେ ୯୫% ରିୟଲଇଷ୍ଟେଟ, ଆଭିଏସନ, ଟ୍ରେଡ୍‌, ଫିନାନ୍ସ ଏବଂ ସବୁଠାରୁ ମୁଖ୍ୟ ଭୂମିକା ଟୁରିଜିମର ଅଛି।

dubaiଦୁବାଇର ନିର୍ମାଣରେ ସବୁଠାରୁ ବଡ ସମସ୍ୟା ଏୟା ଆସିଲା ଯେ ଦୁବାଇ ବାଲିଆ ମାଟିରେ ସ୍ଥିତ ଥିବା ସହର ଏବଂ ବାଲିଆ ମାଟିରେ ବିଲଡିଂ କରିବା ପାଖାପାଖି ଅସମ୍ଭବ ଥିଲା। କିନ୍ତୁ ସେଖ୍‌ ମହମ୍ମଦ ବିନ୍‌ ରସିଦକୁ ଅସମ୍ଭବକୁ ସମ୍ଭବ କରିବା ବେଶ୍‌ ଭଲଭାବେ ଜଣା। ସେ ପୂରା ଦୁନିଆରୁ ଉତ୍ତମ ରୁ ଅତି ଉତ୍ତମ ବୁଦ୍ଧିଜୀବିଙ୍କୁ ଖୋଜିଲେ ଏବଂ ବହୁତ ଭଲ ଭଲ ଆର୍କେଟେକଙ୍କୁ ଡକାଇଲେ ଓ ତାଙ୍କ ଠାରୁ ପରାମର୍ଶ ନେଲେ ଏବଂ ଦୁନିଆରେ ସବୁଠାରୁ ଶକ୍ତିଶାଳୀ ମସ୍ତିଷ୍କରୁ ସେ ବିଲଡିଂଙ୍ଗସ ତିଆରି କରିବାକୁ ସକ୍ଷମ ହେଲେ। କିନ୍ତୁ ଉଚ୍ଚ ଅଟ୍ଟାଳିକା ସବୁକୁ ନିର୍ମାଣ କରିବାକୁ ବହୁତ ପାଣି ଦରକାର ଏବଂ ଦୁବାଇ ତ ପୂରା ଶୁଖିଲା। ଏହି ସମୟରେ ସେଖଙ୍କ ମୁଣ୍ଡକୁ ଏକ ପ୍ରଶ୍ନ ଆସିଲା ଯେ ଇଷ୍ଟର୍ଣ୍ଣ ରେଞ୍ଜ ପାହାଡରେ ଯେଉଁ ହିଲ୍‌ ରହିଛି ତାହା ଆପେ ଆପେ କେମିତି ତିଆରି ହେଲା। ତେବେ ଏହି ପ୍ରଶ୍ନରେ ବୁଦ୍ଧିଜିବୀ ମାନେ କହିଲେ ଯେ ଲକ୍ଷ ଲକ୍ଷ ବର୍ଷ ପୂର୍ବରୁ ଏଠାରେ ପାଣି ପ୍ରାବହିତ ହେଉଥିବ ଏବଂ ପାଣିର ସ୍ରୋତ ପାହାଡ ମଝିରେ ଏହି ଘାଟି ବନାଇଥିବ। ଏହା ଶୁଣି ଶେଖ୍‌ ପ୍ରଶ୍ନ କଲେ ଯଦି ସେଠାରେ ପାଣି ପ୍ରବାହିତ ହେଉଥିଲା ତେବେ ପାଣି ଗଲା କୁଆଡେ, କାରଣ ଦୁବାଇ ତ ଏବେ ଏକଦମ୍‌ ଶୁଖିଲା ଅଟେ। ଏହାପରେ ବୁଦ୍ଧିଜୀବି ମାନେ କହିଲେ ଯେ ଏମିତି ହୋଇପାରେ ପାଣି ଏବେବି ମାଟି ତଳେ ଥାଇପାରେ। ଏହାପରେ ଶେଖ୍‌ ପଚାରିଲେ କଣ ଆମେ ସେହି ପାଣିକୁ ଏବେ ବାହାର କରିପାରିବା, ବୁଦ୍ଧିଜୀବିମାନେ କହିଲେ ହଁ ଚେଷ୍ଟା କରିପାରିବା।

picmonkeyଏହାପରେ ସେଖ୍‌ ତୁରନ୍ତ ଏକ କମିଟି ଗଠନ କଲେ ଏବଂ ସେମାନଙ୍କୁ ମାଟି ତଳେ ପାଣି ସନ୍ଧାନ କରିବାକୁ ଦାୟିତ୍ୱ ଦେଲେ। ଏହାପରେ ସେମାନେ ମାଟି ଖୋଳିବା କାମ ଆରମ୍ଭ କଲେ ଏବଂ ଜଣାପଡିଲା ଯେ ଆଜି ବି ମାଟିର କିଛି କିଲୋମିଟର ତଳେ ପାଣି ଅଛି। ଏହାପରେ ସେ ଆଡଭାନ୍ସ ଟେକ୍ନୋଲୋଜି ସାହାଯ୍ୟରେ ସେହି ପାଣିକୁ ବାହାରକୁ ବାହାର କଲେ। ସେଖଙ୍କୁ ଜଣାଥିଲା ତାଙ୍କ ପାଖରେ ଟଙ୍କା ଏବଂ ପାଓ୍ଵାର ତ ଅଛି ତାଙ୍କ କଳ୍ପନାର ଦୁବାଇ ବନାଇବା ପାଇଁ ତାଙ୍କୁ କେବଳ ସାର୍ପ ମାଇଣ୍ଡର ଆବଶ୍ୟକ ରହିଛି। ଏହାପରେ ସେଖ୍‌ ତାଙ୍କ କଳ୍ପନା ଅନୁଯାୟୀ ଦୁବାଇକୁ ବନାଇବା କାମ ଆରମ୍ଭ କଲେ। ସେ ଏକ ଅଏଲ ବେସଡ ଇକୋନୋମିକୁ ଏକ ଟୁରିଜିମ ବେସଡ ଏବଂ ଟ୍ରେଡ୍‌ ବେସଡ ଇକୋନୋମି ବନାଇବାରେ ସଫଳ ହେଲେ।

4th bikeସେଖ୍‌ ନିଷ୍ପତି ନେଇଥିଲେ ଯେ ଦୁବାଇରେ ଯାହା ବି କିଛି ନିର୍ମାଣ ହେବ ତାହା ଦୁନିଆର ସବୁଠାରୁ ବେଷ୍ଟ ଆଉ ବ୍ରୁହତ ହେବ। ସେଖ୍‌ ଦୁବାଇରେ ସବୁଠାରୁ ବଡ ଅଟ୍ଟାଳିକା ବ୍ରୁଜ୍‌ ଖଲିଫା ବନାଇଲେ। କେବଳ ଏତିକି ନୁହେଁ ସେ ଦୁନିଆର ପ୍ରଥମ ୭ ଷ୍ଟାର ସାର୍ଟିଫାଏର୍ଡ ହୋଟେଲ ବ୍ରୁଜଲ ଆରବକୁ ବନାଇଲେ ଏବଂ ସବୁଠାରୁ ଉଚ୍ଚ ହୋଟେଲ ଜେଡବ୍ଲୁ ମେରିୟଡ୍‌ ବନାଇଲେ। ଏତିକି ନୁହେଁ ସେ ଦୁନଆର ପ୍ରଥମ ମ୍ୟାନ ମେଡ୍‌ ଆଇଲ୍ୟାଣ୍ଡ ପାମ ଚୁନେରା ବନାଇଲେ, ଦୁନିଆର ସବୁଠାରୁ ବଡ ବଗିଚା ମଧ୍ୟ ବନାଇଲେ। ସେଖ୍‌ ଦୁନିଆର ସବୁଠାରୁ ବଡ ସୁନାର ବଜାର ବନାଇଲେ। ଅଣ୍ଡର ଓ୍ଵାଟର ହୋଟେଲ, ଅଣ୍ଡର ଓ୍ଵାଟର ବ୍ରିଜ୍‌ ଏବଂ ଅଣ୍ଡର ଓ୍ଵାଟର ଟେନିସକୋଡ ମଧ୍ୟ ବନାଇଲେ। ସେଖ୍‌ ଦୁନିଆର ସବୁଠୁ ଲମ୍ବା ଅଟୋମେଟେଡ୍‌ ଟ୍ରେନ୍‌ ନେଟଓ୍ଵାର୍କ ବନାଇଦେଲେ, ସବୁଠାରୁ ଉଚ୍ଚ ଟେନିସକୋଡ ବନାଇଦେଲେ। ଦୁବାଇରେ ଏବେ ଦୁନଆର ସବୁଠାରୁ ଉତ୍ତମ ରୁ ଉତ୍ତମ ଜିନିଷ ନିର୍ମାଣ ସରିଲାଣି ଏବଂ ଆହୁରି ମଧ୍ୟ ନିର୍ମାଣ ହେଉଛି, ଏହି କାରଣରୁ ଦୁବାଇକୁ ସିଟି ଅଫ୍‌ କ୍ରେନ ମଧ୍ୟ କୁହାଯାଏ। ଦୁବାଇରେ ପ୍ରାୟ ବିଶ୍ୱର ୨୦ ରୁ ୨୫ ହଜାର କ୍ରେନ ମହଜୁଦ୍‌ ରହିଛି।

dubaiଥରେ ଭାବନ୍ତୁ କେବଳ ୪ହଜାର ଶହେ ୧୪ କିଲୋମିଟର ଅର୍ଥାତ ମହାରାଷ୍ଟ୍ରର ପ୍ରାୟ ଦୁଇ ପ୍ରତିଶତ ଯାଗା ଥିବା ଏହି ସହରରେ ବିଶ୍ୱୀ ୨୦ ରୁ ୨୫ ପ୍ରତିଶତ କ୍ରେନ୍ସ ମହଜୁଦ୍‌ ରହିଛି। ତେବେ ସେହିସବୁ କେଉଁ ଗତି ଦେଇ ବିକାଶ କରୁଥିବ। ଏଥିସହିତ ଦୁବାଇ ଉନ୍ନତି କରିବା ପଛରେ ତାର କଡା ନିୟମ ଏବଂ ଅଟୋମେଟେଡ୍‌ ସର୍ଭାଇଲାନ୍ସ ମଧ୍ୟ ଗୋଟେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ଦୁବାଇରେ ପବ୍ଲିକ ପ୍ଲେସରେ ଖାଇବା ଏବଂ ପିଇବା ଆଇନଗତ ଅପରାଧ ଅଟେ। ସେହିପରି ଭାରତରେ ଆପଣ ଦେଖିଥିବେ ଯେ ଯାହାର ଯାହା ଇଚ୍ଛା ଯେଉଁଠି ପାରୁଛନ୍ତି ଖାଉଛନ୍ତି ଏବଂ ଯେଉଁଠି ପାରନ୍ତି ସେଇଠି ପରିସ୍ରା ମଧ୍ୟ କରିଦିଅନ୍ତି। ଦୁବାଇରେ ମଇଳା ଗାଡି ରଖିବା ମଧ୍ୟ ଅପରାଧ ଅଟେ, ଯଦି ଆପଣ ଗାଡି ସଫା କରୁନାହାନ୍ତି ତେବେ ଆପଣଙ୍କ ଆକାଉଣ୍ଟରୁ ଆପେ ଆପେ ଟଙ୍କା କଟିଯିବ। ଏହାସହିତ ଭଲ କରି ଗାଡି ନଧୋଇଳେ କିମ୍ବା ଭୁଲ ଉପାୟରେ ଗାଡି ଧୋଇବା ମଧ୍ୟ ଅପରାଧ ଅଟେ। କାରଣ ଅପରିଷ୍କାର ପାଣି ରାସ୍ତା ଏବଂ ନାଳକୁ ପ୍ରଦୂଷିତ କରିଥାଏ।

museuimଦୁବାଇ ପୋଲିସ ସବୁଠାରୁ ଶୀଘ୍ର ଆକସନ୍‌ ନେଉଥିବା ପୋଲିସ ଅଟନ୍ତି। ଦୁବାଇ ପୋଲିସ ପାଖରେ ଅଡି ଆର ୮, ଆଷ୍ଟର୍ଣ୍ଣ, ମାର୍ଟିନ୍‌, ବେଣ୍ଟଲେ, ବିଏମଡବ୍ଲୁ ୮, ବୁଗାଟି ଭେରନ, ହାମର ଏସ ୩, ଲାମ୍ବୋରଗିନି ଆଭେନଟେଡର, ଫରାରୀ ଏଫଏଫ, ଜାଗୁଆର ଏଫ ଟାଇପ୍‌, ମର୍ସିଡିଜ ଏଏମଜି ଜିଟିଆର, ଲେକ୍ସସ୍‌ ଜିଏସ୍‌, ମାକଲୋରେନ୍ସ ୦୫୬ଏସ୍‌, ପସ୍‌ ୯୧୮, ରୋଲସ ରଏସ୍‌ ଗ୍ରେଥ୍‌, ସାଇବର ଟ୍ରକ ଭଳି ସୁପର କାର ରହିଛି। ଏହାସହିତ ଦୁବାଇ ସ୍ମାର୍ଟ ପୋଲିସ ଷ୍ଟେସନ ମଧ୍ୟ ବନାଇଛନ୍ତି। ଏହି ସ୍ମାର୍ଟ ପୋଲିସ ଷ୍ଟେସନରେ ଜଣେ ବି ପୋଲିସ ନାହାନ୍ତି ବରଂ କ୍ଲିୟର ମେସିନ ଲଗାଯାଇଛି। ଯେଉଁଠି କ୍ରାଇମ, ଚୋରୀ, ଆକସିଡେଣ୍ଟ ଭଳି ମାମଲା ରୁଜୁ କରିପରିବେ।

dubaiଦୁବାଇରେ ସ୍ମାର୍ଟ ସର୍ଭାଇଲାନ୍ସ ସିଷ୍ଟମ ମଧ୍ୟ ଲାଗୁ କରାଯାଇଛି, ଯେଉଁଥିରେ ଯଦି ଆପଣ କୌଣସି ବି ନିୟମ ଭାଙ୍ଗୁଛନ୍ତି ତେବେ ଆପଣଙ୍କ ଆକାଉଣ୍ଟରୁ ଆପେ ଆପେ ଟଙ୍କା କଟିଯିବ। ଦୁବାଇ ଭବିଶ୍ୟତରେ ଆଲ୍ଳାଦିନଙ୍କ କାହାଣୀ ଉପରେ ଆଧାରିତ ଆଲ୍ଲାଦିନ ସିଟୀ ବନାଇବାକୁ ଯାଉଛି। ଏହାସହିତ ଦୁବାଇ ଏକ ବଲିଉଡ ଥିମ୍‌ ପାର୍କ ମଧ୍ୟ ବନାଇବାକୁ ଯାଉଛି। ଦୁବାଇରେ ୨୦୨୦ ଏକ୍ସପୋ ଆରମ୍ଭ ହେବାକୁ ଯାଉଛି, ଯାହାକୁ ଏକ ହାଜାର ୮୦ ଏକର ଜମିରେ ନିର୍ମାଣ କରାଯାଇଛି। ଏହି ଏକ୍ସପୋରେ ଏମିତି ଆଧୁନିକ ଜିନିଷ ପ୍ରଦର୍ଶନ କରାଯିବ, ଯାହାକୁ ଦେଖି ଦୁନିଆର ଆଖି ଝଲସି ଉଠିବ। ଏହି ଏକ୍ସପୋକୁ ଦେଖିବାକୁ ସାରା ପୃଥିବୀରୁ ପ୍ରାୟ ଅଢ଼େଇ କୋଟି ଲୋକ ଆସିବେ, ଯାହା ଅଷ୍ଟ୍ରେଲିୟା ଜନସଂଖ୍ୟାର ବରାବର ଅଟେ। ଏହି ଏକ୍ସପୋରେ ଉଡନ୍ତା ଗାଡିର ଟେଷ୍ଟ ମଧ୍ୟ ହେବ। ବାସ୍ତବରେ ଦୁବାଇ ପୃଥିବୀର ସ୍ୱର୍ଗ ଅଟେ ଏବଂ ସବୁ ଦେଶକୁ ଦୁବାଇ ଠାରୁ ପ୍ରେରଣା ନେବା ଆବଶ୍ୟକ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.