Below header

ବଲାଙ୍ଗୀରକୁ ବଡ଼ ଉପହାର: PRHS ଇନଡୋର ଷ୍ଟାଡିୟମ ଲୋକାର୍ପଣ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଲୋକାର୍ପିତ ହେଲା PRHS ଇନଡୋର ଷ୍ଟାଡିୟମ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରକଳ୍ପକୁ ଲୋକାର୍ପିତ କରିଛନ୍ତି । ପଶ୍ଚିମ ଓଡ଼ିଶାରେ କ୍ରୀଡାର ଭିତ୍ତିିଭୂମି ବିକାଶ ଓ କ୍ରିଡାବିତଙ୍କୁ ପ୍ରୋତ୍ସାହିତ କରିବାକୁ ୯ କୋଟି ୯୦ ଲକ୍ଷ ଟଙ୍କାରେ ଗେଲ ଇଣ୍ଡିଆ ପକ୍ଷରୁ ବଲାଙ୍ଗିର ପି.ଆର. ହାଇସ୍କୁଲ ଖେଲ ପଡିଆରେ ଇନଡୋର ଷ୍ଟାଡିୟମ ନିର୍ମିତ ହୋଇଛି ।

ବଲାଙ୍ଗୀର (କେନ୍ୟୁଜ): ବଲାଙ୍ଗୀରକୁ ବଡ଼ ଉପହାର । ଲୋକାର୍ପିତ ହେଲା PRHS ଇନଡୋର ଷ୍ଟାଡିୟମ । କେନ୍ଦ୍ର ଶିକ୍ଷା ଏବଂ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରକଳ୍ପକୁ ଲୋକାର୍ପିତ କରିଛନ୍ତି । ପଶ୍ଚିମ ଓଡ଼ିଶାରେ କ୍ରୀଡାର ଭିତ୍ତିିଭୂମି ବିକାଶ ଓ କ୍ରିଡାବିତଙ୍କୁ ପ୍ରୋତ୍ସାହିତ କରିବାକୁ ୯ କୋଟି ୯୦ ଲକ୍ଷ ଟଙ୍କାରେ ଗେଲ ଇଣ୍ଡିଆ ପକ୍ଷରୁ ବଲାଙ୍ଗିର ପି.ଆର. ହାଇସ୍କୁଲ ଖେଲ ପଡିଆରେ ଇନଡୋର ଷ୍ଟାଡିୟମ ନିର୍ମିତ ହୋଇଛି ।

ସେପଟେ ବରଗଡ଼ ବିପିସିଏଲର ନିର୍ମାଣଧୀନ 1G ଓ 2G ଜୈବ ଇଥାନଲ ପ୍ଲାଣ୍ଟର ଅଗ୍ରଗତି କାର୍ଯ୍ୟର ସମୀକ୍ଷା କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ୧୬ ଶହ ୭ କୋଟିର ବରଗଡ ଇଥାନଲ ପ୍ଲାଣ୍ଟ ଓଡ଼ିଶାର କୃଷି ଆଧାରିତ ଶିଳ୍ପକୁ ତ୍ୱରାନ୍ଵିତ କରିବ । ପ୍ରାୟ ୭୦ ଏକର ପରିମିତ ଜମିରେ ପ୍ରତିଷ୍ଠା ହେଉଥିବା ଏହି ପ୍ଲାଣ୍ଟର ଦୈନିକ ୨ଶହ କିଲୋ ଲିଟର ଇଥାନଲ ଉତ୍ପାଦନ କରିବ । ୱେଷ୍ଟ ଟୁ ୱେଲଥକୁ ପ୍ରୋତ୍ସାହନ ଦେଇ ଏହି ପ୍ଲାଣ୍ଟ୍‌ ନଡା, ବଳକା ଓ ଖରାପ ଚାଉଳରୁ ଇଥାନଲ ପ୍ରସ୍ତୁତ କରିବ। ଏହା ଦ୍ୱାରା ବରଗଡ଼, ସମ୍ବଲପୁର, ସୋନପୁର ଓ ବଲାଙ୍ଗୀର ସମେତ ଆଖପାଖ ଅଞ୍ଚଳର ଚାଷୀଙ୍କ ଆୟକୁ ବୃଦ୍ଧି କରିବାରେ ସହାୟକ ହେବ। ସ୍ଥାନୀୟ ଅଞ୍ଚଳରେ ରୋଜଗାର ଏବଂ ସ୍ୱରୋଜଗାରର ସୁଯୋଗ ସୃଷ୍ଟି ହେବ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.