Below header

ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା ପରେ ଭାଗ୍ୟଶ୍ରୀଙ୍କ ସହ କଥା ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ମନ କି ବାତ୍‌ରେ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା ପରେ ଭାଗ୍ୟଶ୍ରୀଙ୍କ ସହ କଥା ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏ ଅବସରରେ ଧର୍ମେନ୍ଦ୍ର କହିଛନ୍ତି ଯେ ଭାଗ୍ୟଶ୍ରୀ କଳା ମାଧ୍ୟମରେ ଓଡ଼ିଶାକୁ ସାରା ଦେଶରେ ପରିଚିତ କରାଇଛନ୍ତି । ଓଡ଼ିଶାର ପାରମ୍ପରିକ ଚିତ୍ରକଳାର ପ୍ରଚାର ପ୍ରସାର କରୁଛନ୍ତି ଭାଗ୍ୟଶ୍ରୀ। ତାଙ୍କ ସାଧନା ଓ ନିଷ୍ଠା ଯୁବ ସମାଜ ପାଇଁ ପ୍ରେରଣାଦାୟୀ ବୋଲି କହିଛନ୍ତି ଧର୍ମେନ୍ଦ୍ର।

ସୂଚନାଯୋଗ୍ୟ ଯେ ଆଜି ମନ୍‌ କି ବାତ୍‌ରେ ରାଉରକେଲାର ଇଂଜିନିୟରିଂ ଛାତ୍ରୀ ଭାଗ୍ୟଶ୍ରୀ ସାହୁଙ୍କ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ। ସଫ୍ଟ ଷ୍ଟୋନରେ ପଟ୍ଟଚିତ୍ର ପାଇଁ ତାଙ୍କର ପ୍ରଶଂସା କରିଛନ୍ତି ମୋଦି କଲେଜ ଯିବା ରାସ୍ତାରେ ଭାଗ୍ୟଶ୍ରୀ ସଫ୍‌ଟ ଷ୍ଟୋନ ପାଇଥିଲେ। ସେ ଏହାକୁ ଏକତ୍ର କରି ସଫା କରିଥିଲେ। ପ୍ରତିଦିନ ଦୁଇଘଣ୍ଟା ଲେଖାଏଁ ସେ ଏହି ସଫ୍‌ଟ ଷ୍ଟୋନରେ ପଟ୍ଟଚିତ୍ର ଢାଞ୍ଚାରେ ପେଣ୍ଟିଂ କରିଥିବା କହିଛନ୍ତି ମୋଦି। ବର୍ତ୍ତମାନ ଭାଗ୍ୟଶ୍ରୀ ଏହାକୁ ନେଇ ୱାର୍କସପ୍‌ ମଧ୍ୟ କରୁଛନ୍ତି। ଲକଡାଉନ କାଳରେ ସେ ବୋତଲରେ ମଧ୍ୟ ପେଣ୍ଟିଂ କରିବା ଆରମ୍ଭ କରିଛନ୍ତି। ଭାଗ୍ୟଶ୍ରୀଙ୍କ ଭୂୟସୀ ପ୍ରଶଂସା ସହ ତାଙ୍କର ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ ପ୍ରଧାନମନ୍ତ୍ରୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.