କଟକ ଜଗତପୁରରେ ବାଲ୍ୟ ବିବାହକୁ ରୋକିଲେ ଚାଇଲଡ୍‌ ଲାଇନ୍‌ ଓ ପୋଲିସ୍‌

କଟକ (କେ ନ୍ୟୁଜ୍‌) : ପୁଣି ଅଧାରୁ ବନ୍ଦ ହେଲା ବାଲ୍ୟ ବିବାହ । ଏଥର କିନ୍ତୁ ଘଟଣା ଘଟିଛି ଖୋଦ୍‌ କଟକ ସହରରେ । କଟକ ଜଗତପୁର ଅନ୍ତର୍ଗତ ଶିକାରୀପୁର କେନାଲ ରୋଡ଼ ପାଖରେ ଥିବା ଜଣେ ବ୍ୟକ୍ତିଙ୍କ ଘରେ ତୋଳା କନିଆଁ ବାଲ୍ୟ ବିବାହର ଆୟୋଜନ କରାଯାଇଥିଲା । ତୋଳାକନ୍ୟା ଅର୍ଥାତ୍‌ ଝିଅକୁ ପୁଅ ଘରେ ଆଣି ବିବାହ କରାଯାଉଥିଲା ।

ଆଜି ସନ୍ଧ୍ୟାରେ ବାହାଘର ଚାଲିଥିବା ବେଳେ ଠିକଣା ସମୟରେ ଚାଇଲଡ୍‌ ଲାଇନ୍‌ ସଦସ୍ୟ, ସମାଜସେବୀ ସସ୍ମିତା ଦାସ ପ୍ରମୁଖ ଜଗତପୁର ପୋଲିସ୍‌ ସହିତ ପହଞ୍ଚି ଯାଇଥିଲେ । ଝିଅଟି ନାବାଳିକା ଓ ତାର ବୟସ ୧୭ ବର୍ଷ ବୋଲି ଜଣାପଡ଼ିଥିଲା । ଏହା ପରେ ବାହାଘର ବନ୍ଦ କରାଯାଇଥିଲା । ଝିଅର ଘର କଟକ ତିଗିରିଆ ଅଞ୍ଚଳରେ । ଏପଟେ ପୁଅଘର ଲୋକଙ୍କ କହିବା କଥା ଯେ ସେମାନେ ଝିଅ ନାବାଳିକା ବୋଲି ଜାଣି ନଥିଲେ । ତାଙ୍କୁ ଝିଅର ବୟସ ୧୯ ବର୍ଷ ବୋଲି କୁହାଯାଇଥିଲା । ପୋଲିସ୍‌ ଏହି ଘଟଣାର ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.