ବନବିଭାଗର ରେଡ୍‌କୁ ବିରୋଧ କଲେ ଗାଁ ଲୋକେ, ଛଡ଼ାଇନେଲେ ଜେସିବି

ଟାଙ୍ଗୀ(କେ ନ୍ୟୁଜ): ବନବିଭାଗର ରେଡ୍‌କୁ ଗାଁ ଲୋକଙ୍କ ବିରୋଧ । ଜବତ ଜେସିବିକୁ ଛଡ଼ାଇନେଲେ ଗ୍ରାମବାସୀ । ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବନାଞ୍ଚଳ ଅଧୀନ ଗମେଇ ଗାଁରେ ଏକ ବେଆଇନ ମାଙ୍କଡ଼ା ପଥର ଖଣିରେ ପଥର କଟା ଚାଲିଥିବା ବେଳେ ବନବିଭାଗ ଟିମ୍‌ ଚଢ଼ାଉ କରିଥିଲା ।

ଟାଙ୍ଗୀ, ରଣପୁର, ବାଲୁଗାଁ, ଖୋର୍ଦ୍ଧା ବନବିଭାଗ ପକ୍ଷରୁ ମିଳିତ ରେଡ ବେଳେ ଏକ ଜେସିବିକୁ ଜବତ କରାଯାଇଥିଲା । ଏହାକୁ ବନ ବିଭାଗ ଟାଙ୍ଗୀ ଆଣୁଥିବା ବେଳେ ଗାଁ ଲୋକ ଜୋରଦାର ବିରୋଧ କରିଥିଲେ । ବଳପୂର୍ବକ ସେମାନେ ଜେସିବିକୁ ଛଡ଼ାଇ ନେଇଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.