Below header

ଓଡ଼ିଶା ବିଶ୍ୱବିଦ୍ୟାଳୟ ବିଲ୍‌-୨୦୨୦କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧ,ସଂଶୋଧିତ ବିଲକୁ ଉଚ୍ଛେଦ ପାଇଁ ରମେଶ ପୋଖରିଆଲଙ୍କୁ ଲେଖିଲେ ଚିଠି

କେନ୍ୟୁଜ୍(ବ୍ୟୁରୋ):  ଓଡ଼ିଶା ବିଶ୍ୱବିଦ୍ୟାଳୟ ବିଲ୍‌-୨୦୨୦ ପ୍ରସଙ୍ଗରେ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସଂଶୋଧିତ ବିଲକୁ ଉଚ୍ଛେଦ ପାଇଁ ରମେଶ ପୋଖରିଆଲଙ୍କୁ ଚିଠି ଲେଖିଛନ୍ତି । ଧର୍ମେନ୍ଦ୍ର ଚିଠିରେ ଉଲ୍ଲେଖ କରିଛନ୍ତି, ରାଜ୍ୟ ସରକାର ୟୁଜିସି ନିୟମ ବିରୋଧରେ ଏକତରଫା ନିର୍ଣ୍ଣୟ ନେଇପାରିବେ ନାହିଁ । କେନ୍ଦ୍ର ସରକାରଙ୍କ ନୂଆ ଶିକ୍ଷା ନୀତିର ବିରୋଧାଚରଣ କରୁଛି ରାଜ୍ୟ ସରକାରଙ୍କ ନୂଆ ଶିକ୍ଷା ବିଲ୍‌ ।

କୁଳପତି ନିଯୁକ୍ତିରେ ସରକାରୀ ଭୂମିକାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ଦୃଢ଼ ବିରୋଧ କରିଛନ୍ତି । ସେ କହିଛନ୍ତି, ଅଧ୍ୟାପକ ନିଯୁକ୍ତିର ଦାୟିତ୍ୱ ଓପିଏସସି ନେଲେ ବିଶ୍ୱବିଦ୍ୟାଳୟ ସ୍ୱାୟତ୍ତତା ଶେଷ ହେବ ।ଜବାବରେ ବିଜେଡି କହିଛି, କେନ୍ଦ୍ରମନ୍ତ୍ରୀ ଆଉ ଥରେ ଆଇନକୁ ତର୍ଜମା କରନ୍ତୁ । ୩୧ ବର୍ଷ ପରେ ବିଶ୍ୱବିଦ୍ୟାଳୟର ସଂଶୋଧନ ଆଇନରେ ପରିବର୍ତ୍ତନ ଦ୍ୱାରା ଛାତ୍ରଛାତ୍ରୀ ଓ ବିଶ୍ୱବିଦ୍ୟାଳୟକୁ ସହାୟତା ହେବ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.