ବର୍ଷକୁ ୨୦ କୋଟି ଟଙ୍କାର ମଦ ପିଇଯାଆନ୍ତି ଉତ୍ତର କୋରିଆ ଶାସକ କିମ୍‌ ଜୋଙ୍ଗ, ଜାଣନ୍ତୁ ତାଙ୍କ ରୟାଲ ଲାଇଫ୍‌ ବିଷୟରେ…

କିମ୍‌ ଜୋଙ୍ଗ ଉନ୍‌ ଏହି ନାଁ ହିଁ ଯଥେଷ୍ଟ କ୍ରୁରତାର ଉଦାହରଣ ପାଇଁ। ଉତ୍ତର କୋରିଆର ଶାସକ କିମ୍‌ ଜୋଙ୍ଗଙ୍କୁ କିଏ ବା ନ ଜାଣେ। ନୃଶଂସତା ତଥା ଅତ୍ୟାଚାର ପାଇଁ ସେ ସାରା ବିଶ୍ୱରେ ପ୍ରସିଦ୍ଧ। କୁହାଯାଏ ସାରା ଦୁନିଆରେ କିମ୍‌ଙ୍କ ଭଳି ନୃଶଂସ ଲୋକ ଆଉ କେଉଁଠି ନାହାନ୍ତି। ତେବେ ଆଜି ଆସନ୍ତୁ ଜାଣିବା କିମ୍‌ ଜୋଙ୍ଗଙ୍କ ସହ ଜଡ଼ିତ କେତେକ ରୋଚକ କଥା, ଯାହା ବିଷୟରେ ଆପଣ ପୂର୍ବରୁ କେବେ ଶୁଣିନଥିବେ…

ରିପୋର୍ଟ ମୁତାବକ କିମ୍‌ ଜୋଙ୍ଗଙ୍କ ନିକଟରେ ୨୦୧୮ରେ ପ୍ରାୟ ୭ରୁ ୧୦ ବିଲିଅନ୍‌ ଡଲାରର ସମ୍ପତ୍ତି ଥିଲା। କିମ୍‌ ଜୋଙ୍ଗଙ୍କ ଅଧିକାଂଶ ରୋଜଗାର ଆଫ୍ରିକାରୁ ଅବୈଧ ଭାବେ ଉତ୍ତର କୋରିଆ ଆସୁଥିବା ହାତୀ ଦାନ୍ତ, ମଦ ଚୋରା କାରବାର, ଅସ୍ତ୍ରଶସ୍ତ୍ର ଓ ଡ୍ରଗ୍ସ ବିକିବା ଯୋଗୁ ହୋଇଥାଏ।

Kim2

କିମ୍‌ ଜୋଙ୍ଗଙ୍କର ବହୁ ଦେଶର ବ୍ୟାଙ୍କରେ ଖାତା ରହିଛି। ଏସବୁ ଖାତା ଅଲଗା ଅଲଗା ଲୋକଙ୍କ ନାଁରେ ସଞ୍ଚାଳିତ ହେଉଛି। ଲଗଜ୍ୟୁରି ଜୀବନଯାପନ ବଞ୍ଚିଥିବା କିମ୍‌ ଜୋଙ୍ଗ ନିଜ ଓ ପରିବାର ଉପରେ ବାର୍ଷିକ ପ୍ରାୟ ୬୦୦ ମିଲିୟନ୍‌ ଡଲାର ଖର୍ଚ୍ଚ କରିଥାନ୍ତି। ଜାଣି ଆଶ୍ଚର୍ଯ୍ୟ ହେବେ ଯେ କିମ୍‌ କେବଳ ମଦରେ ବର୍ଷକୁ ୨୦ କୋଟି ଟଙ୍କା ଖର୍ଚ୍ଚ କରିଥାନ୍ତି।

kim3

ବ୍ରିଟେନ୍‌ ଖବରକାଗଜ ମୁତାବକ କିମ୍‌ ଜୋଙ୍ଗଙ୍କ ପାଖରେ ଅନେକ ବୁଲେଟ୍‌ ପ୍ରୁଫ୍‌ ଲଗଜ୍ୟୁରୀ କାର ରହିଛି। ଏଥିସହ ସେ ସପିଂ କରିବାକୁ ଖୁବ୍‌ ଭଲ ପାଆନ୍ତି। କିମ୍‌ ଜୋଙ୍ଗ ନିଜ ଅଧୀନସ୍ଥ ଅଫିସରଙ୍କୁ ବି ଦାମୀ ଉପହାର ଦେଇଥାନ୍ତି। ତେବେ ଯିଏ ତାଙ୍କ ବିରୁଦ୍ଧର ମୁହଁ ଖୋଲେ ସେ ସବୁଦିନ ପାଇଁ ତା ମୁହଁ ବନ୍ଦ କରି ଦିଅନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.