Below header

୨୫ ବର୍ଷୀୟା ମହିଳାଙ୍କୁ ବଳାତ୍କାର ଉଦ୍ୟମ ପରେ ଚଳନ୍ତା ଗାଡ଼ିରୁ ଫିଙ୍ଗିଦେଲେ

ଦେଶରେ ପ୍ରତି ଦିନ କିଛି ନା କିଛି ବଳାତ୍କାର ଘଟଣା ଘଟିଥାଏ । ଏପରି ଏକ ଲଜ୍ଜାଜନକ ଘଟଣା ଘଟିଛି ଉତ୍ତର ପ୍ରଦେଶର ଆଗ୍ରା-ଲକ୍ଷ୍ନୈା ଏକ୍ସପ୍ରେସ ହାଇେଓ୍ଵରେ । ଜଣେ ୨୫ ବର୍ଷ ବୟସ୍କା ମହିଳାଙ୍କୁ ବଳାତ୍କାର ଉଦ୍ୟମ ପରେ ଚଳନ୍ତା ଗାଡିରୁ ଠେଲି ଦେଇଥିବା ନେଇ ଅଭିଯୋଗା ହୋଇଛି ।

ଅଭିଯୋଗ ଅନୁଯାୟୀ, ଉନ୍ନାଓ ଜିଲ୍ଲାର ଜଣେ ମହିଳା ନିଜର ଭଣଜା ଓ ତାଙ୍କର ସାଙ୍ଗଙ୍କ ସହ ଏକ ଗାଡିରେ ଯାଉଥିଲେ । ଉକ୍ତ ଗାଡ଼ିରେ ମହିଳାଙ୍କ ଭଣଜା ଓ ତାଙ୍କ ସାଙ୍ଗମାନେ ମିଶି ମହିଳାଙ୍କୁ ବଳାତ୍କାର ଉଦ୍ୟମ କରିଥିଲେ । ହେଲେ ମହିଳା ଏଥିରେ ରାଜି ନହେବା ସହ ଅଭିଯୁକ୍ତଙ୍କ ସହ ଲଢ଼େଇ କରିଥିଲେ ।

ହେଲେ ଅଭିଯୁକ୍ତମାନେ ମହିଳାଙ୍କୁ ପ୍ରଥମେ ବେଲ୍‌ଟରେ ତଣ୍ଟି ଚିପି ମାରିବାକୁ ଉଦ୍ୟମ କରିଥିଲେ । ମହିଳା ବେହୋସ ହୋଇଯିବା ପରେ ତାଙ୍କୁ ମୃତ ବୋଲି ଭାବି ଚଳନ୍ତା ଗାଡିରୁ ରାସ୍ତାକୁ ଠେଲି ଦେଇଥିବା ପୋଲିସ କହିଛି ।

ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ପୋଲିସ ମହିଳାଙ୍କୁ ଉଦ୍ଧାର କରି ହସ୍‌ପିଟାଲରେ ଭର୍ତ୍ତି କରିଛି । ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଥିବା ପୋଲିସ କହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.