Below header

ଆଜି ରାଜ୍ୟରେ ୩୮୮୫ କରୋନା ଆକ୍ରାନ୍ତ ସୁସ୍ଥ,ଖୋର୍ଦ୍ଧାର ସର୍ବାଧିକ ୧୧୪୩ ସୁସ୍ଥ

କେନ୍ୟୁଜ୍(ବ୍ୟୁରୋ):  ଆଜି ରାଜ୍ୟରେ ୩୮୮୫ କରୋନା ଆକ୍ରାନ୍ତ ସୁସ୍ଥ। ଆଜିର ଆକ୍ରାନ୍ତଙ୍କୁ  ମିଶାଇ ରାଜ୍ୟରେ ସୁସ୍ଥ ସଂଖ୍ୟା ୨,୨୪,୨୭୩ରେ ପହଞ୍ଚିଛି। ସୁସ୍ଥଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାର ସର୍ବାଧିକ ୧୧୪୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।


ସେହିଭଳି କଟକ ଜିଲ୍ଲାରୁ ୩୨୫ ଜଣ, ପୁରୀ ଜିଲ୍ଲାରୁ ୧୯୩ ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୧୫୯ ଜଣ, ବାଲେଶ୍ୱର ଜିଲ୍ଲାରୁ ୧୩୩ ଜଣ, ମୟୂରଭଂଜ ଜିଲ୍ଲାରୁ ୧୨୯ ଜଣ, ଯାଜପୁର ଜିଲ୍ଲାରୁ ୧୨୬ ଜଣ, କେନ୍ଦୁଝର ଜିଲ୍ଲାରୁ ୧୨୪ ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୨୨ ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୧୨୧ ଜଣ, କଳାହାଣ୍ଡି ଜିଲ୍ଲାରୁ ୧୧୨ ଜଣ ଓ ବଲାଙ୍ଗୀର ଜିଲ୍ଲାରୁ ୧୦୩ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି।

ସେହିପରି ବରଗଡ଼ ଜିଲ୍ଲାରୁ ୮୧ ଜଣ, ନୂଆପଡ଼ା ଜିଲ୍ଲାରୁ ୮୦ ଜଣ, ଢେଙ୍କାନାଳ ଜିଲ୍ଲାରୁ ୭୯ ଜଣ, ଜଗତସିଂହପୁର, ସମ୍ବଲପୁର ଜିଲ୍ଲାରୁ ୭୨ ଜଣ ଲେଖାଏଁ, ରାୟଗଡ଼ା ଜିଲ୍ଲାରୁ ୭୦ ଜଣ, ଭଦ୍ରକ ଜିଲ୍ଲାରୁ ୬୪ ଜଣ, କନ୍ଧମାଳ ଜିଲ୍ଲାରୁ ୫୯ ଜଣ, ନବରଂଗପୁର ଜିଲ୍ଲାରୁ ୫୬ ଜଣ, ନୟାଗଡ଼ ଜିଲ୍ଲାରୁ ୫୨ ଜଣ ଓ ସୁବର୍ଣ୍ଣପୁର ଜିଲ୍ଲାରୁ ୫୦ ଜଣ କରୋନାରୁ ସୁସ୍ଥ ହୋଇଛି।

କୋରାପୁଟ ଜିଲ୍ଲାରୁ ୪୮ ଜଣ, ଗଂଜାମ ଜିଲ୍ଲାରୁ ୪୨ ଜଣ, ବୌଦ୍ଧ ଜିଲ୍ଲାରୁ ୨୬ ଜଣ, ମାଲକାନଗିରି ଜିଲ୍ଲାରୁ ୨୬ ଜଣ, ଅନୁଗୁଳ ଜିଲ୍ଲାରୁ ୧୯ ଜଣ, ଦେବଗଡ଼ ଜିଲ୍ଲାରୁ ୧୬ ଜଣ, ଗଜପତି ଜିଲ୍ଲାରୁ ୧୫ ଜଣ ଓ ରାଜ୍ୟପୁଲରୁ ୧୬୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.