Below header

ଖୋର୍ଦ୍ଧା:ସାରୁଆରେ ଓଟିଭି ଦ୍ୱାରା ଜମି ହଡ଼ପ ମାମଲା: ଓଟିଭି କର୍ତ୍ତୃପକ୍ଷଙ୍କୁ ୯ଘଣ୍ଟା ଜେରା

କେନ୍ୟୁଜ୍(ବ୍ୟୁରୋ): ଖୋର୍ଦ୍ଧା ସାରୁଆରେ ଓଟିଭି ଦ୍ୱାରା ଜମି ହଡ଼ପ ମାମଲାରେ ବାଘମାରୀ ଥାନାରେ ଓଟିଭି କର୍ତ୍ତୃପକ୍ଷଙ୍କୁ ୯ଘଣ୍ଟା ଜେରା। ଓଟିଭିର ଫାଇନାନ୍‌ସ ଅଧିକାରୀ ମନୋରଞ୍ଜନ ଷଡ଼ଙ୍ଗୀ, ସାରୁଅ ପ୍ରୋଜେକ୍ଟ ହେଡ ଅନିରୁଦ୍ଧ ପଣ୍ଡା ଓ ଓଟିଭିର ପୂର୍ବତନ ଅଧିକାରୀ ସଲିଲ ମହାନ୍ତିଙ୍କୁ ବାଘମାରୀ ଥାନାରେ ଜେରା କରାଯାଇଛି। ଖୋର୍ଦ୍ଧା ଏସପି ଅଜେୟ ପ୍ରତାପ ସ୍ୱାଇଁ, ଏସଡିପିଓ ସୁଶୀଲ ମିିଶ୍ରଙ୍କ ସମେତ ୬ଜଣିଆ ପୋଲିସ ଟିମ ପଚରାଉଚୁରା କରିଛି। ସାରୁଅରେ ଜମି ହଡ଼ପ ନେଇ ରୁଜୁ ହୋଇଥିବା ୨ଟି ମାମଲାର ତଦନ୍ତ ଚଳାଇଛି ପୋଲିସ।

ଆଇପିସିର ଧାରା ୩୪, ୪୪୭, ୫୦୬ ଓ ଏସସି ଏସଟି ଆଇନ ଅନୁଯାୟୀ ପଚରାଉଚୁରା ଚାଲିଛି। ସେପଟେ ସାରୁଅରେ ତରଙ୍ଗ ଷ୍ଟୁଡିଓ ପରିସର ଓ ବାହାରେ ଜିଲ୍ଲା ରାଜସ୍ୱ ବିଭାଗର ୭ଜଣିଆ ଟିମ ମାପଚୁପ କରିଛନ୍ତି। ଜମି ହଡ଼ପ, ଜମିକୁ ରାସ୍ତା ନଦେବା ଓ ଚାଷ କାର୍ଯ୍ୟରେ ବାଧା ଉପୁଜାଇବା ଭଳି ଅଭିଯୋଗ ଆଣି ଗତ ୨୬ ତାରିଖରେ ଓଟିଭି ମାଲିକାଣୀ ଜଗି ପଣ୍ଡା, ତାଙ୍କ ବାପା ଓ ଭାଇଙ୍କ ନାଁରେ ସାରୁଅ, ଜୟମଙ୍ଗଳ ଓ ଗୌଡ଼ପୁଟ ମୌଜାର ଶତାଧିକ ବାସିନ୍ଦା ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହୋଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.