Below header

ଓଡ଼ିଶା ହେବ ଦେଶର ଇସ୍ପାତ ଉତ୍ପାଦନ କେନ୍ଦ୍ର, JSW ଉତ୍କଳ ଷ୍ଟିଲ୍‌ ଲିମିଟେଡ୍‌କୁ ପରିବେଶ ମିଳିଲା ମଞ୍ଜୁରୀ

ଭୁବନେଶ୍ବର: ପାରାଦୀପରେ ଇସ୍ପାତ ପ୍ରକଳ୍ପ ପାଇଁ ବାଟ ଫିଟିଲା । JSW ଉତ୍କଳ ଷ୍ଟିଲ୍‌ ଲିମିଟେଡ୍‌କୁ ପରିବେଶ ମଞ୍ଜୁରୀ ମିଳିଛି । ଓଡ଼ିଶା ହେବ ଦେଶର ଇସ୍ପାତ ଉତ୍ପାଦନ କେନ୍ଦ୍ର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାକୁ ଦେଶର ଇସ୍ପାତ କେନ୍ଦ୍ରରେ ପରିଣତ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଆସନ୍ତା ୨୦୩୦ ସୁଦ୍ଧା ରାଜ୍ୟରେ ବାର୍ଷିକ ଶହେ ନିୟୁତ୍‌ ଟନ୍‌ ଇସ୍ପାତ ଉତ୍ପାଦନ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି ।

JSW ଉତ୍କଳ ଷ୍ଟିଲ୍‌ ଲିମିଟେଡ୍‌କୁ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ମଞ୍ଜୁରୀ ପ୍ରଦାନ କରିଛି । ଏହି ଅନୁମୋଦନ ପରେ ଜଗତସିଂହପୁରରେ JSW ଗ୍ରୁପ୍‌ ପକ୍ଷରୁ ହେବାକୁ ଥିବା ବୃହତ୍‌ ଇସ୍ପାତ କାରଖାନା ନିମନ୍ତେ ବାଟ ଖୋଲିଛି । ବାର୍ଷିକ ୧୩.୨ ନିୟୁତ ଟନ୍‌ କ୍ଷମତା ବିଶିଷ୍ଟ ଏହି ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ JSW ଗ୍ରୁପ୍‌ ୬୫ ହଜାର କୋଟି ପୁଞ୍ଜି ନିବେଶ କରିବ । ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେବା ପରେ ୭୨ ହଜାର ଲୋକଙ୍କୁ ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବେ ନିଯୁକ୍ତି ସୁଯୋଗ ମିଳିବା ନେଇ ଜଣାପଡିଛି । ୧୯୯୯ ମସିହାରେ ରାଜ୍ୟ ମାତ୍ର ୪ମିଲିୟନ୍‌ ଟନ୍‌ ଇସ୍ପାତ ଉତ୍ପାଦନ କରୁଥିଲା । ୨୦୦୦ ମସିହାରେ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେବା ପରେ ଇସ୍ପାତ କ୍ଷେତ୍ରକୁ ଅଧିକ ଧ୍ୟାନ ଦେଇଥିଲେ ଏବଂ ରାଜ୍ୟରେ ଗୋଟିଏ ପରେ ଗୋଟିଏ ଇସ୍ପାତ କାରଖାନା ସ୍ଥାପନ ହୋଇଚାଲିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.