ସବୁଜ ଅଭିବୃଦ୍ଧି ଏବଂ ଶିଳ୍ପାୟନ ଦିଗରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ, ବିପିସିଏଲ୍ ସହ ରାଜ୍ୟ ସରକାରଙ୍କ ବୁଝାମଣା

ଭୁବନେଶ୍ବର(କେନ୍ୟୁଜ୍): ଓଡ଼ିଶା ସବୁଜ ଶିଳ୍ପମୁହାଁ। ବିପିସିଏଲ୍ ସହ ରାଜ୍ୟ ସରକାରଙ୍କ ବୁଝାମଣା। ସବୁଜ ଅଭିବୃଦ୍ଧି ଏବଂ ଶିଳ୍ପାୟନ ଦିଗରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଓଡ଼ିଶା ସରକାର ସବୁଜ ଶକ୍ତି ଏବଂ ହାଇଡ୍ରୋଜେନ୍ ପ୍ଲାଣ୍ଟ ସ୍ଥାପନ କରିବା ସମ୍ଭାବନା ଅନୁସନ୍ଧାନ ପାଇଁ ଭାରତ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ ସହ ଏକ ବୁଝାମଣାପତ୍ର ସ୍ୱାକ୍ଷର କରିଛନ୍ତି।
ଓଡ଼ିଶାରେ ଇଥାନଲ, ସୌର ଏବଂ ହାଇଡ୍ରୋଜେନରୁ ସବୁଜ ଶକ୍ତି ଉତ୍ପାଦନ ପାଇଁ ଯଥେଷ୍ଟ ସମ୍ଭାବନା ରହିଛି। ଦକ୍ଷତା ଏବଂ ପ୍ରଯୁକ୍ତି ବିଦ୍ୟାର ମିଶ୍ରଣ ମାଧ୍ୟମରେ ସବୁଜ ଶକ୍ତି କ୍ଷେତ୍ରକୁ ଆଗକୁ ନିଆଯିବ। ୨୦୪୦ ସୁଦ୍ଧା ସୌର, ପବନ, ଛୋଟ ହାଇଡ୍ରୋ ଓ ବାୟୋମାସର ଦ୍ୱାରା ୧୦ ଗିଗାୱାଟର କ୍ଷୟ ଶକ୍ତି ଉତ୍ପାଦନ କ୍ଷମତା ନିର୍ମାଣ କରିବାକୁ ରାଜ୍ୟ ଲକ୍ଷ୍ୟ ରଖିଛି ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି।
କାର୍ଯ୍ୟକ୍ରମରେ ଶକ୍ତି ବିଭାଗ ପ୍ରମୁଖ ସଚିବ ନିକୁଞ୍ଜ ବିହାରୀ ଧଳ, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ , ବିପିସିଏଲ୍ ରିଟେଲ ଓ ବିପିସିଏଲ୍ ରାଜ୍ୟ ମୁଖ୍ୟ ପ୍ରମୁଖ ଉପସ୍ଥିତ ଥିଲେ।