ଆଜି ସକାଳୁ ମହାନଦୀରୁ ଉଦ୍ଧାର ହେଲା ଆଉ ଜଣେ ନିଖୋଜ ନାବାଳକଙ୍କ ମୃତଦେହ

କଟକ(କେନ୍ୟୁଜ୍): ମହାନଦୀରୁ ଉଦ୍ଧାର ହେଲା ଆଉ ଜଣେ ନିଖୋଜ ନାବାଳକଙ୍କ ମୃତଦେହ । ଦୀର୍ଘ ଘଣ୍ଟାର ରେସକ୍ୟୁ ଅପରେସନ୍‌ ପରେ ଆଜି ସକାଳୁ ସାଦିକ ଖାଁଙ୍କ ମୃତଦେହକୁ ଉଦ୍ଧାର କରିଛି ଓଡ୍ରାଫ୍‌ ଓ ଅଗ୍ନିଶମ ବାହିନୀ । ଶିଖରପୁରସ୍ଥିତ ଗୁରୁଦ୍ୱାର ପଛପଟୁ ମୃତଦେହ ଉଦ୍ଧାର ପରେ କଟକ ବଡ ମେଡିକାଲକୁ ପଠାଯାଇଛି ।

ସୂଚନା ଥାଉକି, ଯୋବ୍ରା ଚୂନଭାଟି ଚାରିଘରିଆ ଅଞ୍ଚଳର ୭ ଜଣ ସାଙ୍ଗ ଗାଧୋଇବାକୁ ଯାଇଥିଲେ । ସେମାନଙ୍କ ମଧ୍ୟରୁ ତିନି ସାଙ୍ଗ ମହମ୍ମଦ ସାହିଲ, ଆୟୁର ଖାଁ ଓ ମହମ୍ମଦ ସିଦ୍ଧିକି ବୁଡ଼ିଯାଇଥିଲେ । ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ସାହିଲଙ୍କୁ ଉଦ୍ଧାର କରି କଟକ ବଡ଼ ମେଡ଼ିକାଲରେ ଭର୍ତ୍ତି କରିଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ଆୟୁର ଖାଁ ଓ ମହମ୍ମଦ ସିଦ୍ଧିକିଙ୍କୁ ଉଦ୍ଧାର ପାଇଁ ଅଗ୍ନିଶମ ବିଭାଗ, ଓଡ୍ରାଫ୍‌ ନିୟୋଜିତ ଥିଲେ। ଗତକାଲି ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.