ହନୁମାନ ଝଣ୍ଡାକୁ କେନ୍ଦ୍ର କରି ଦୁଇଗୋଷ୍ଠୀ ମୁହାଁମୁହିଁ ଘଟଣା: ରାତି ୧୨ଟାରୁ କେନ୍ଦୁଝରରେ ଇଣ୍ଟରନେଟ୍‌ ସେବା ବନ୍ଦ

ଯୋଡା(କେନ୍ୟୁଜ୍): କେନ୍ଦୁଝରରେ ଇଣ୍ଟରନେଟ୍‌ ସେବା ବନ୍ଦ। ହନୁମାନ ଝଣ୍ଡାକୁ କେନ୍ଦ୍ର କରି ଦୁଇଗୋଷ୍ଠୀ ମୁହାଁମୁହିଁ ଘଟଣାପରଠାରୁ କାଲି ରାତି ୧୨ଟା ଠାରୁ ଜିଲ୍ଲାର ସମସ୍ତ ଇଣ୍ଟରନେଟ୍‌ ସେବା ବନ୍ଦ କରିାଯାଇଛି। ସମଗ୍ର କେନ୍ଦୁଝର ଜିଲ୍ଲାରେ ଇଣ୍ଟରନେଟ୍‌ ସେବା ବନ୍ଦ ରହିଛି।

ଅଧିକ ଉତ୍ତେଜନା ଆଶଙ୍କାରେ ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ଯୋଡ଼ା ଥାନା ଅଞ୍ଚଳରେ ୧୪୪ ଧାରା ଜାରି ରହିଛି । ଉତ୍ତେଜନାକୁ ଦୃଷ୍ଟିରେ ରଖି ୮ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। ପରିସ୍ଥିତି ଉପରେ କେନ୍ଦୁଝର ଏସ୍‌ପି ଓ ଚମ୍ପୁଆ ଉପଜିଲ୍ଲାପାଳ ନଜର ରଖିଛନ୍ତି। ଆଜି ଦିନ ୧୦ଟା ବେଳେ ଏକ ଶାନ୍ତି ବୈଠକ ଡକାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.