Below header

ଉତ୍କର୍ଷତା ପ୍ରମାଣ ଏବଂ ଯୋଗ୍ୟତା ଲାଭ ପାଇଁ ୟୁନିଟ-୧ ସ୍କୁଲ ପୁରାତନ ଛାତ୍ର ସଂଘର ବୈଠକ, ଉନ୍ନତି ମୂଳକ କାର୍ଯକ୍ରମ ବାବଦରେ ଆଲୋଚନା

ମୋ ସ୍କୁଲ ଅଭିଯାନର ଅଂଶ ବିଶେଷ ସ୍ଵରୂପ,ସରକାରଙ୍କ ନିର୍ଦ୍ଦେଶ ମୁତାବକ ଆଜି ଭୁବନେଶ୍ଵର ଏକ ନମ୍ବର ସରକାରୀ ଉଚ୍ଚ ବିଦ୍ୟାଳୟରେ ପୁରାତନ ଛାତ୍ର ସଂଘର ଉତ୍କର୍ଷତା ପ୍ରମାଣ ଏବଂ ଯୋଗ୍ୟତା ଲାଭ ପାଇଁ ସଂଘର ବୈଠକ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଥିଲା।

କେନ୍ୟୁଜ୍(ବ୍ୟୁରୋ): ଓଡିଶା ସରକାରଙ୍କ ମୋ ସ୍କୁଲ ଅଭିଯାନର ଅଂଶ ବିଶେଷ ସ୍ଵରୂପ,ସରକାରଙ୍କ ନିର୍ଦ୍ଦେଶ ମୁତାବକ ଆଜି ଭୁବନେଶ୍ଵର ଏକ ନମ୍ବର ସରକାରୀ ଉଚ୍ଚ ବିଦ୍ୟାଳୟରେ ପୁରାତନ ଛାତ୍ର ସଂଘର ଉତ୍କର୍ଷତା ପ୍ରମାଣ ଏବଂ ଯୋଗ୍ୟତା ଲାଭ ପାଇଁ ସଂଘର ବୈଠକ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଥିଲା।  ଏହି ବୈଠକରେ ସବୁ ଉନ୍ନତି ମୂଳକ କାର୍ଯକ୍ରମ ବାବଦରେ ଆଲୋଚନା ହୋଇଥିଲା,ଏବଂ ପୁରୁଣା ପ୍ରସ୍ତାବ ମୁତାବକ ସରକାରଙ୍କୁ ଦିଆଯାଇଥିବା ପତ୍ର ଉପରେ ମଧ୍ୟ ଆଲୋଚନା ହେବା ସହ ଛାତ୍ର ମାନଙ୍କ ଭିତରେ ପରିବେଶ ଉପରେ ବେଷ୍ଟିତ ଏକ ସୁନ୍ଦର ଚିତ୍ରାଙ୍କନ ପ୍ରତିଯୋଗିତା ହୋଇଥିଲା ତଥା ଏକ ପରିବେଶ ସଚେତନତା ପାଇଁ ସ୍କୁଲ ନିକଟରେ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା।

 ଏହା ବାଦ ସ୍କୁଲ ପରିସରରେ ପୁରାତନ ଛାତ୍ର ସଂଘ ଆନୁକୁଲ୍ୟରେ ଏହାର ଚେୟାରମ୍ୟାନ ମଧୁ ମାଧବ ଜେନା,ଉପ ଚେୟାରମ୍ୟାନ ଶିଳଭଦ୍ର ଶାସ୍ତ୍ରୀ,କୋଷାଧ୍ୟକ୍ଷ ଦିଲ୍ଲୀପ ପଟ୍ଟନାୟକ,ସ୍କୁଲ ହେଡ଼ମାଷ୍ଟର ରିନା ମଲ୍ଲିକ,ପ୍ରାକ୍ତନ ଛାତ୍ର ଲିଙ୍ଗରାଜ ସେଠି,ରାଜୀବ ମହାପାତ୍ର,ଗଣେଶ ମିଶ୍ର,ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ଏବଂ ସ୍କୁଲ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.