G20 ସମ୍ମିଳନୀରେ ଯୋଗ ଦେବାକୁ ଆସିଥବା ଅତିଥିମାନଙ୍କୁ ଭିନ୍ନ ଢଙ୍ଗରେ ସ୍ୱାଗତ କରିଛନ୍ତି କିସର ୪୦ ହଜାର ଜନଜାତି ଛାତ୍ରଛାତ୍ରୀ

କେନ୍ୟୁଜ୍(ବ୍ୟୁରୋ): ଦିଲ୍ଲୀରେ G20 ସମ୍ମିଳନୀରେ ଯୋଗ ଦେବାକୁ ଆସିଥବା ଅତିଥିମାନଙ୍କୁ ଭିନ୍ନ ଢଙ୍ଗରେ ସ୍ୱାଗତ କରିଛନ୍ତି କିସର ୪୦ ହଜାର ଜନଜାତି ଛାତ୍ରଛାତ୍ରୀ । ଛାତ୍ରଛାତ୍ରୀମାନେ G20ର ମାନବ ଲୋଗୋ ପ୍ରସ୍ତୁତ କରି ସେମାନଙ୍କୁ ସ୍ୱାଗତ କରିଛନ୍ତି । ଏଥିସହ G20 ସମ୍ମିଳନୀ ଆୟୋଜନ ପାଇଁ ଛାତ୍ରଛାତ୍ରୀମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ସେମାନଙ୍କର ଏହି ସ୍ୱାଗତ ଅତି ଚିତାକର୍ଷକ ହୋଇଥିଲା । ନୂଆଦିଲ୍ଲୀରେ G20 ସମ୍ମିଳନୀ ଆଜିଠାରୁ ଆରମ୍ଭ ହେଉଥିବା ବେଳେ ଏଥିରେ ଯୋଗଦେବା ପାଇଁ ୨୦ ରାଷ୍ଟ୍ରର ମୁଖ୍ୟ ଭାରତରେ ପହଞ୍ଚିଛନ୍ତି । କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ପରାମର୍ଶ କ୍ରମେ କିସର ଛାତ୍ରଛାତ୍ରୀମାନେ ସେମାନଙ୍କୁ ଉତ୍ସାହିତ କରିବା ପାଇଁ ଏଭଳି ସ୍ୱତନ୍ତ୍ର ଢ଼ଙ୍ଗରେ ସ୍ୱାଗତ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.