Below header

ଥମିଲା ବେଦାନ୍ତ ଉତ୍ତେଜନା , ମୃତ ୨ ଶ୍ରମିକଙ୍କ ପରିବାରକୁ ୨୫ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଘୋଷଣା

କଳାହାଣ୍ଡି(କେନ୍ୟୁଜ୍) : ଥମିଲା ବେଦାନ୍ତ ଉତ୍ତେଜନା। କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ସ୍ଥିତ ବେଦାନ୍ତ ଆଲୁମିନିୟମ କାରଖାନା ପରିସରରେ ସୁରକ୍ଷାକର୍ମୀଙ୍କ ଲାଠି ମାଡ଼ରେ ମୃତ ୨ ଶ୍ରମିକଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ। ବେଦାନ୍ତ କର୍ତ୍ତୁପକ୍ଷ ୨୫ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଘୋଷଣା କରିଛନ୍ତି। ଆନ୍ଦୋଳନକାରୀ ଓ ବେଦାନ୍ତ କର୍ତ୍ତୁପକ୍ଷଙ୍କ ମଧ୍ୟରେ ଆପୋଷ ସମାଧାନ ହୋଇଛି। ଗତକାଲି ବେଦାନ୍ତ ପରିସରରେ ଥିବା DAV ସ୍କୁଲରେ ବିସ୍ଥାପିତ ପିଲାଙ୍କ ଆଡମିଶନ୍‌ କରାଇବାକୁ ଦାବି କରି ପ୍ରତିବାଦ କରାଯାଇଥିଲା । ଏହି ସମୟରେ OISF ଗାଡ଼ି ପ୍ଲାଣ୍ଟ ଭିତରକୁ ଯିବା ବେଳେ ଆନ୍ଦୋଳନକାରୀ ଅଟକାଇବାରୁ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା । ଏହାପରେ ଆନ୍ଦୋଳନକାରୀ ମାନେ ବହୁ ସଂଖ୍ୟାରେ ଭଙ୍ଗାରୁଜା କରିବା ସହ ବେଦାନ୍ତ ଅଫିସରେ ନିଆଁ ଲଗାଇଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.