Below header

ଟ୍ରେନ୍‌ ଏସ୍କର୍ଟ ଟିମ୍‌ ଏଭଳି କାମ କଲା, ଜାଣିଲେ ବାହାବା ନକରି ରହି ପାରିବେନି

ଭୁବନେଶ୍ୱର (କେ ନ୍ୟୁଜ୍‌) : ଟ୍ରେନ୍‌ ଏସ୍କର୍ଟ ଟିମ୍‌ର ପ୍ରଶଂସନୀୟ କାମ । ଆଜି ମୁମ୍ବାଇ-ଭୁବନେଶ୍ୱର କୋଣାର୍କ ଏକ୍ସପ୍ରେସ୍‌ରେ ଜଣେ ଯାତ୍ରୀ ଛାଡ଼ି ଯାଇଥିବା ବ୍ୟାଗ୍‌କୁ ସେମାନେ ପାଇବା ପରେ ସଂପୃକ୍ତ ବ୍ୟକ୍ତିଙ୍କୁ ଫେରାଇଛନ୍ତି । ଏହି ଏୟାର ବ୍ୟାଗ୍‌ରେ ନଗଦ ୫୦ ହଜାର ଟଙ୍କା ସହ ବହୁ ମୂଲ୍ୟବାନ ସାମଗ୍ରୀ ରହିଥିଲା ।

BAG-3

ରେଳବାଇ ତରଫରୁ ମିଳିଥିବା ସୂଚନା ଅନୁସାରେ କୃଷ୍ଣମଣି ସାହୁ ନାମକ ବ୍ରହ୍ମପୁର ନିମଖଣ୍ଡିର ଜଣେ ଯୁବକ ମୁମ୍ବାଇରୁ ଫେରୁଥିଲେ । ସେ ଏସ୍‌-୪ ବଗିର ୬୩ ନମ୍ବର ବର୍ଥରେ ଆସିଥିଲେ । ବ୍ରହ୍ମପୁରରେ ଟ୍ରେନ୍‌ରୁ ଓହ୍ଲାଇବା ପରେ ଜାଣିଲେ ଯେ ତାଙ୍କ ବ୍ୟାଗ୍‌ ରହିଯାଇଛି । ତୁରନ୍ତ କୃଷ୍ଣମଣି 182ରେ ଫୋନ୍‌ କରିଥିଲେ ଏବଂ ଜାଣିବାକୁ ପାଇଲେ ଯେ ଟ୍ରେନ୍‌ର ଏସ୍କର୍ଟ ଟିମ୍‌ ବ୍ୟାଗ୍‌ଟି ପାଇ ଭୁବନେଶ୍ୱର ପହଞ୍ଚାଇଛନ୍ତି । କୃଷ୍ଣମଣି ସଙ୍ଗେ ସଙ୍ଗେ ଭୁବନେଶ୍ୱର ଆସି ଷ୍ଟେସନ୍‌ରୁ ନିଜ ବ୍ୟାଗ ନେଇଥିଲେ । ତାଙ୍କର ସବୁ ଜିନିଷ ଠିକ୍‌ ଅଛି ବୋଲି ସେ କହିବା ସହ ଏସ୍କର୍ଟ ଷ୍ଟାଫ୍‌ଙ୍କୁ ଧନ୍ୟବାଦ ଜଣାଇଛନ୍ତି । ତାଙ୍କ ବ୍ୟାଗ୍‌ରେ ୫୦ ହଜାର ଟଙ୍କା ସହିତ ଗୋଟିଏ ଆପଲ୍‌ ଓ ଗୋଟିଏ ସାମସଙ୍ଗ ମୋବାଇଲ୍‌ ଏବଂ ଅନ୍ୟ ଅତି ଦରକାରୀ ଜିନିଷ ରହିଥିଲା । ଏହି ଏସ୍କର୍ଟ ଟିମ୍‌ରେ ହେଡ୍‌ କନେଷ୍ଟବଳ ଆର୍‌କେ ଦେସୁରୀ ଓ ଅନ୍ୟ ତିନି ଜଣ ଷ୍ଟାଫ୍‌ ଥିଲେ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.