Below header

ଅଙ୍ଗନବାଡି କେନ୍ଦ୍ରରେ ଛୋଟପିଲାଙ୍କୁ ପ୍ଲାଷ୍ଟିକ ଅଣ୍ଡା ବଣ୍ଟନ, ଅଭିଯୋଗ ଆଣିଲେ ଅଭିଭାବକ

ଭଦ୍ରକ : ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ସାହାପୁର ପଂଚାୟତର ହରିପୁର ‌ଅଙ୍ଗନବାଡି କେନ୍ଦ୍ରରେ ପ୍ଲାଷ୍ଟିକ ଅଣ୍ଡା ବଂଟାଯାଇଥିବା ଅଭିଯୋଗ କରିଛନ୍ତି ଅଭିଭାବକ । ତେବେ କେନ୍ଦ୍ରରେ ପଢୁଥୁବା ୪୦ଜଣ ଛୋଟ ଛୋଟ ପିଲା ସମେତ ୧୫ଜଣ ପ୍ରସୂତିଙ୍କୁ ଏହି ଅଣ୍ଡା ବଂଟାଯାଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ପରେ ତିହିଡି ବ୍ଲକ ଶିଶୁ ବିକାଶ ବିଭାଗ ତରଫରୁ ତଦନ୍ତ ଆରମ୍ଭ କରାଯାଇଛି ।

ଅଭିଯୋଗ ମୁତାବକ ହରିପୁର ଅଙ୍ଗନବାଡି କର୍ମୀ ଗତ ୬ ତାରିଖ ଦିନ ପିଲାମାନଙ୍କୁ ଏହି ଅଣ୍ଡା ବଂଟନ କରିଥିଲେ । ହେଲେ ପରବର୍ତ୍ତୀ ସମୟରେ ପିଲାଙ୍କୁ ଦିଆଯାିଥିବା ଅଣ୍ଡା ପ୍ଲାଷ୍ଟିକ ଅଣ୍ଡା ବୋଲି କିଛି ଅଭିଭାବକ ଅଭିଯୋଗ କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଅଣ୍ଡାକୁ ନିଆଁରେ ପୋଡିଲା ବେଳକୁ ପ୍ଲାଷ୍ଟିକ ଗନ୍ଧ ବାହାରୁଥିବାରୁ ପ୍ଲାଷ୍ଟିକ ଅଣ୍ଡା ବୋଲି ଅଭିଯୋଗ କରିଛନ୍ତି ‌ଅଭିଭାବକ । ତେବେ ସବୁଥର ଭଳି ଏ ଅଣ୍ଡା ଗୁଡିକୁ ବଜାରରୁ କିଣାଯାଇଛି ବୋଲି କହିଛନ୍ତି ‌ଅଙ୍ଗନବାଡି କର୍ମୀ । ତେବେ ଅଙ୍ଗନବାଡି କେନ୍ଦ୍ରରେ ପ୍ଲାଷ୍ଟିକ ଅଣ୍ଡା ବଣ୍ଟା ହେବା କଥା ପ୍ରଘଟ ପରେ ତିହିଡି ବଜାରରେ ପ୍ଲାଷ୍ଟିକ ଅଣ୍ଡା ମିଳୁଥିବା ନେଇ ଚର୍ଚ୍ଚା ଜୋର ଧରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.