Below header

ସେଣ୍ଟ୍ରାଲ ବ୍ୟାଙ୍କ ଉପରେ ୫୦ ଲକ୍ଷ ଟଙ୍କାର ଜରିମାନା ଲଗାଇଲା ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ, ଜାଣନ୍ତୁ କାହିଁକି

ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଉପରେ ୫୦ ଲକ୍ଷ ଟଙ୍କାର ଜରିମାନା ଲଗାଇଛି ଭାରତୀୟ ରିଜର୍ଭ ବ୍ୟାଙ୍କ। ମଙ୍ଗଳବାର ରିଜର୍ଭ ବ୍ୟାଙ୍କ ଏହି ନିର୍ଦ୍ଦେଶ ଜାରି କରିଛି। ଗୃହ ଋଣକୁ ନେଇଥିବା ନିର୍ଦ୍ଦେଶର ଅନୁପାଳନ ନ କରିବାରୁ ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍‌ ଇଣ୍ଡିଆକୁ ଏବେ ୫୦ ଲକ୍ଷ ଟଙ୍କା ତଣ୍ଡ ଗଣିବାକୁ ପଡ଼ିବ।

central

ଆରବିଆଇ ତରଫରୁ ଜାରି ଏକ ବୟାନରେ କୁହାଯାଇଛି ଭାରତୀୟ ରିଜର୍ଭ ବ୍ୟାଙ୍କ ୧୦ ନଭେମ୍ବର,୨୦୨୦ରେ ଜାରି କରିଥିବା ଏକ ନିର୍ଦ୍ଦେଶରେ ସେଣ୍ଟ୍ରାଲ ବ୍ୟାଙ୍କ ଉପରେ ୫୦ ଲକ୍ଷ ଟଙ୍କାର ଜରିମାନା ଲଗାଇଥିବା କହିଛି। ଏହି ଜରିମାନା ୩ ସେପ୍ଟେମ୍ବର,୨୦୧୩ରେ ଜାରି କରାଯାଇଥିବା ନିୟମକୁ ଅନୁପାଳନ କରିନଥିବାରୁ ଲଗାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.