Below header

ଆର୍ସେଲର ମିତ୍ତଲକୁ ନ୍ୟାସନାଲ କଂପାନୀ ଲ’ ଟ୍ରିବ୍ୟୁନାଲଙ୍କ ନିର୍ଦ୍ଦେଶ, ଓଡ଼ିଶା ସ୍ଲରୀ ପାଇପଲାଇନ ଇନଫ୍ରାଷ୍ଟ୍ରକଚରକୁ ଦେବ ୧୩ ଶହ କୋଟି

କେନ୍ୟୁଜ ବ୍ୟୁରୋ: ଓଡିଶା ସ୍ଲରୀ ପାଇପଲାଇନ ଇନଫ୍ରାଷ୍ଟ୍ରକଚରକୁ ୧୩ ଶହ କୋଟି ଟଙ୍କା ପ୍ରଦାନ କରିବାକୁ ଆର୍ସେଲର ମିତ୍ତଲକୁ ନିର୍ଦ୍ଦେଶ। ନ୍ୟାସନାଲ କଂପାନୀ ଲ ଟ୍ରିବ୍ୟୁନାଲଙ୍କ ଅହମଦାବାଦ ବେଞ୍ଚ ଏହି ନିିର୍ଦ୍ଦେଶ ଦେଇଛନ୍ତି। ସିଆଇଆରପି ବା କର୍ପୋରେଟ ଇନସଲ୍‌ଭେନ୍‌ସି ରିଜୋଲ୍ୟୁସନ ପ୍ରୋସେସ ମୂଲ୍ୟ ମାଧ୍ୟମରେ ୧୩ ଶହ କୋଟି ଟଙ୍କା ଅର୍ଥ ପ୍ରଦାନ ପାଇଁ ଆର୍ସଲର ମିତ୍ତଲକୁ ନିର୍ଦ୍ଦେଶ ଦେଇଛନ୍ତି ଟ୍ରିବ୍ୟୁନାଲ। କଂପାନୀ ଦେବାଳିଆ ଆଇନ ଅନୁସାରେ ଆର୍ସେଲର ମିତ୍ତଲ ଓଡ଼ିଶାରେ ଥିବା ଏସାର ଷ୍ଟିଲର ଅଧିଗ୍ରହଣ କରିଥିଲା।

ଏଥିରେ ସ୍ଲରି ପାଇପଲାଇନ ଅନ୍ତର୍ଭୁକ୍ତ ଥିଲା। କିନ୍ତୁ ପାଇପଲାଇନର ମାଲିକାନା ରଖିଥିବା ଶ୍ରେୟୀ ଇନଫ୍ରାଷ୍ଟକ୍‌ଚର ଫାଇନାନ୍‌ସିଆଲ ଲିମିଟେଡ ଅଧୀନସ୍ଥ ଓଡ଼ିଶା ସ୍ଲରି ପାଇପଲାଇନ ଇନଫ୍ରାଷ୍ଟକ୍‌ଚରକୁ ଆର୍ସେଲର ମିତ୍ତଲ କୌଣସି ଅର୍ଥ ଦେଇନଥିଲା। ଏହା ବିରୋଧରେ ଶ୍ରେୟୀ ଇନଫ୍ରାଷ୍ଟକ୍‌ଚର ଟ୍ରିବ୍ୟୁନାଲଙ୍କ ଦ୍ୱାରସ୍ଥ ହୋଇଥିଲା। ୨୦୨୦ ଡିସେମ୍ବର ୨୦ ତାରିଖ ସୁଦ୍ଧା ସିଆଇଆରପି ମୂଲ୍ୟ ପ୍ରଦାନ କରିବାକୁ ଆର୍ସେଲର ମିତ୍ତଲକୁ ନିର୍ଦେଶ ଦିଆଯାଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.