Below header

ବାଲୁଗାଁର ଅବସରପ୍ରାପ୍ତ ରେଞ୍ଜରଙ୍କ ଘର ସହ ୫ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ

ଟାଙ୍ଗୀ(କେନ୍ଯୁଜ୍): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ବନବିଭାଗର ଅବସରପ୍ରାପ୍ତ ରେଞ୍ଜରଙ୍କ ଘର ସହ ୫ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଛି ଭିଜିଲାନ୍ସ । ସୂଚନା ମୁତାବକ କଟକ ସ୍ଥିତ ମହୁମାଛି ଗଳିରେ ଥିବା ଘର, ଭୁବନେଶ୍ବର ନ୍ୟୁ-ଫରେଷ୍ଟ ପାର୍କରେ ଥିବା ୩ ମହଲା ଘରେ ରେଡ୍‌ କରିଛି ଭିଜିଲାନ୍ସ । ସେଥିରେ ମଧ୍ଯ ସାମିଲ ରହିଛି ଭୀମପୁର ମୌଜା, ବାରଙ୍ଗ ଦଧିପାଟଣାରେ ଥିବା ଘର। ଏହା ବ୍ୟତୀତ ପାଟକୁରା ବଙ୍ଗାଲପୁରରେ ପୈତୃକ ସମ୍ପତ୍ତି ଓ ଶ୍ବଶୁର ଘର ସମେତ କର୍ମଭୂମି ବାଲୁଗାଁ ସ୍ଥିତ ବନବିଭାଗ କାର୍ଯ୍ୟାଳୟରେ ରେଡ୍‌ କରିଛି ଭିଜିଲାନ୍ସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.