ଡ୍ରିମ୍‌-୧୧ ହେଲା ଆଇପିଏଲ୍‌ର ଟାଇଟଲ ପ୍ରାୟୋଜକ, ଏତେ କୋଟି ଟଙ୍କାରେ କିଣିଲା ଅଧିକାର

ଚୀନୀ କମ୍ପାନୀ ଭିଭୋ ଆଇପିଏଲ୍‌ର ସ୍ପନସରସିପ୍‌ ନେବାକୁ ମନା କରିବା ପରେ ଏବେ ବିସିସିଆଇ ଏହାର ନୂଆ ସ୍ପନସର ପାଇଛି। ଡ୍ରିମ୍‌-୧୧ ଆଇପିଏଲ୍‌ର ୧୩ ତମ ସିଜନ୍‌ ପାଇଁ ଟାଇଟଲ ସ୍ପନସର ହେବ। ଏହି ଦୌଡ଼ରେ ଟାଟା ଗ୍ରୁପ ସହ ବଡ଼ ବଡ଼ ନାମ ସାମିଲ ଥିଲା। କିନ୍ତୁ ଡ୍ରିମ୍‌-୧୧ ୨୫୦ କୋଟି ଟଙ୍କା ଦେଇ ଅଧିକାର ଲାଭ କରିଛି।

ରିପୋର୍ଟ ମୁତାବକ ଆଇପିଏଲ୍‌ ନିଲାମରେ ଡ୍ରିମ୍‌-୧୧ ୨୧୦ କୋଟି ଟଙ୍କା ଡାକିଥିବା ବେଳେ ଟାଟା ୧୮୦ କୋଟି ଓ ବାଇଜୁ ୧୨୫ କୋଟି ଟଙ୍କା ଡାକିଥିଲେ। ଡ୍ରିମ୍‌-୧୧ ସବୁଠୁ ଅଧିକ ନିଲାମ ଡାକି ଆଇପିଏଲ୍‌କୁ ନିଜ ହାତକୁ ନେବାରେ ସମର୍ଥ ହୋଇଛି।

Leave A Reply

Your email address will not be published.