Below header

ARIIA-୨୦୨୦ ରାକିଙ୍ଗ ଅନୁଯାୟୀ ଦେଶରେ ୧ ନମ୍ବର ସ୍ଥାନରେ କିଟ ବିଶ୍ୱ ବିଦ୍ୟାଳୟ

ଜାତୀୟ ସ୍ତରରେ ପୁଣି କିଟକୁ ସମ୍ମାନ ମିଳିଛି ।‌ ବିଶ୍ୱବିଦ୍ୟାଳୟ ସ୍ତରରେ ଦେଶରେ ୧ ନମ୍ବର ସ୍ଥାନ ହାସଲ କରିଛି କିଟ ବିଶ୍ୱବିଦ୍ୟାଳୟ । ARIIA-୨୦୨୦ ତରଫରୁ ଜାରି କରାଯାଇଥିବା ଲିଷ୍ଟରେ କିଟ୍‌ ବିଶ୍ୱବିଦ୍ୟାଳୟ ପ୍ରଥମ ସ୍ଥାନରେ ରହିଛି । ଏହା ପଛକୁ ଦ୍ୱିତୀୟ ସ୍ଥାନରେ ଚେନ୍ନାଇର SRM ବିଶ୍ୱବିଦ୍ୟାଳୟ ଥିବା ବେଳେ ୩ୟ ସ୍ଥାନରେ ଭେଲୋରର VIT ବିଶ୍ୱବିଦ୍ୟାଳୟ ରହିଛି। ନୂଆଦିଲ୍ଲୀରେ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ଏବାବଦରେ ଘୋଷଣା କରାଯାଇଛି ।

ଅଟଳ ର‍୍ୟାଙ୍କିଙ୍ଗ ଅଫ୍‌ ଇନଷ୍ଟିଚ୍ୟୁସନ ଅନ ଇନୋଭେସନ ଆଚିଭମେଣ୍ଟ ତରଫରୁ ଜାରି ହୋଇଥିବା ତାଲିକାରେ କିଟ୍‌ ବିଶ୍ୱବିଦ୍ୟାଳୟକୁ ଶ୍ରେଷ୍ଠ ଶିକ୍ଷାନୁଷ୍ଠାନର ମାନ୍ୟତା ମିଳିଛି । ଏନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ପୋଖରିଆଲଙ୍କ ଉପସ୍ଥିତିରେ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଆଜି ଘୋଷଣା କରିଛନ୍ତି । କିଟର ଏହି ସଫଳତା ପାଇଁ ବିଶ୍ୱ ବିଦ୍ୟାଳୟ ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ରଛାତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କିଟ ଓ କିସ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.