ଆପଣଙ୍କ ପ୍ରିୟ MS Dhoniଙ୍କ ଗୀତ ଶୁଣିଲେ ଆପଣ ହୋଇଯିବେ ଇମୋସନାଲ, ଥରେ ନିଶ୍ଚୟ ଦେଖନ୍ତୁ

ସମସ୍ତ କ୍ରିକେଟ ପ୍ରେମୀଙ୍କ ହୃଦୟରେ ରହିଛି ଏମ ଏସ ଧୋନିଙ୍କ ନାମ । ପିଲା ଠାରୁ ବୁଢା ପର୍ଯ୍ୟନ୍ତ ସମସ୍ତେ ଧୋନିଙ୍କର ଫ୍ୟାନ । ତେବେ ଗତ ଶନିବାର ଦିନ ମାହିଙ୍କ ଇଣ୍ଟରନ୍ୟାସନାଲ କ୍ରିକେଟରୁ ବିଦାୟ ନେବା ଖବର ତାଙ୍କର ସମସ୍ତ ଫ୍ୟାନଙ୍କୁ ନିରାଶ କାରଇଛି । ଏଣିକି ଧୋନି ଆଉ ଇଣ୍ଟରନ୍ୟାସନାଲ କ୍ରିକେଟରେ ନଜର ନଆସି କେବଳ ଆଇପିଏଲ ମ୍ୟାଚରେ ନଜର ଆସିବେ ।

ବହୁ ପୂର୍ବେ ଶେଷ ଥର ପାଇଁ ସେ ୨୦୧୯ ଓା୍ଵର୍ଲଡ କପ୍‌ ଖେଳୁଥିବାର ନଜର ଆସିଥିଲେ । ଅଗଷ୍ଟ ୧୫ରେ ମାହି ନିଜର ଏହି ଅବସର ବିଷୟରେ ଜଣାଇବା ପାଇଁ ଇନ୍ସଟାଗ୍ରାମରେ ତାଙ୍କ ପ୍ରିୟ ଗୀତ” ମେ ପଲ ଦୋ ପଲ କା ସାଥି ହୁଁ ଚଲ ରହା ଥା ” ସହିତ ଏକ ଭିଡିଓ ଅପଲୋଡ କରିଥିଲେ । ବର୍ତ୍ତମାନ ସୋସିଆଲ ମିଡିଆରେ ମାହିଙ୍କ ଏକ ଭିଡିଓ ଭାଇରାଲ ହେଉଛି , ଯେଉଁଥିରେ ସେ ତାଙ୍କର ସେହି ପ୍ରିୟ ଗୀତଟିକୁ ଗାଉଥିବାର ନଜର ଆସୁଛନ୍ତି ।

dhoniତେବେ ଏହି ଭିଡିଓ ରେ ଧୋନି ଚେନ୍ନାଇ ସୁପର କିଙ୍ଗର ଜର୍ସି ପିନ୍ଧି ସୋଫା ଉପରେ ବସିଛନ୍ତି ଓ ଲୋକଙ୍କୁ ଗୀତ ଗାଇ ଶୁଣାଉଛନ୍ତି । ସେ ଗୀତ ଗାଇବା ପରେ ସେଠରେ ଉପସ୍ଥିତ ଥିବା ଲୋକମାନେ ମଧ୍ୟ ସେହି ଗୀତଟିକୁ ତାଙ୍କ ପରେ ଗାଉଛନ୍ତି । ଏଡି ଭାଇରାଲ ଭିଡିଓଟି ଖୁବ ପୁରୁଣା ହୋଇଥିବାର ଜଣା ପଡିଛି କିନ୍ତୁ ବର୍ତ୍ତମାନ ଧୋନି ଅବସର ନେଲା ପରେ ଏହା ଭାଇରାଲ ହେଉଛି ।

ମାହିଙ୍କର ଇନ୍ସଟାଗ୍ରାମରେ ଥିବା ଏକ ଫ୍ୟାନ ପେଜ ଏହି ଭିଡ଼ିଓଟିକୁ ସେୟାର କରିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ଏହାକୁ ୨ ଲକ୍ଷରୁ ବି ଅଧିକ ଲୋକ ଦେଖିସାରିଛନ୍ତି ଓ ୨୨ ହଜା ରରୁ ଅଧିକ ଲୋକ ଲାଇକ ମଧ୍ୟ କରିଛନ୍ତି। ମାହିଙ୍କର ଏଭଳି ହଠାତ ଆର୍ନ୍ତରାଷ୍ଟ୍ରିୟ କ୍ରିକେଟରୁ ବିଦାୟ ନେବା ଖବର ତାଙ୍କ ଫ୍ୟାନଙ୍କୁ ଥୁବ ଦୁଃଖିତ କରିଛି । ନିଜ ପ୍ରିୟର ମାହିଙ୍କୁ ଅଲବିଦା କହିବା ପାଇଁ ପ୍ରାୟ ସମସ୍ତେ ସୋସିଆଲ ମିଡିଆରେ ଅନେକ ବିଦାୟ ଜନକ ପୋଷ୍ଟ କରିଛନ୍ତି । ସେହିପରି ନିତୀନ ଗଡକରି ମଧ୍ୟ ଟ୍ଵିଟ କରି ଧୋନିଙ୍କୁ ବିଦାୟ ଦେବା ସହିତ ଭାରତକୁ ବିଶ୍ୱ କ୍ରିକେଟର ଶିଖର ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି।

 

View this post on Instagram

 

Main Paal Do Pal Ka Shayar Hun 🇮🇳 @mahi7781 #TeamIndia #BleedBlue #MSDhoni #Dhoni

A post shared by MS DHONI 7781 | MAHI7781 (@msdhoni.7781) on

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.