Below header

କଟକ ସହରରୁ ୭୯ ନୂଆ ପଜିଟିଭ, ୨୫୧୬ରେ ପହଞ୍ଚିଲା ମୋଟ ଆକ୍ରାନ୍ତ ସଂଖ୍ୟା

କଟକ: କଟକ ସହରରୁ ଆଜି ୭୯ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଟ୍ୱିଟ ଜରିଆରେ ସୂଚନା ଦେଇଛନ୍ତି ସିଏମସି କତ୍ତୃପକ୍ଷ । ଆଜି କଟକ ଜିଲ୍ଲାରୁ ୧୧୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମଧ୍ୟରୁ ସହରର ୭୯ ଜଣ ଥିବା ଜଣାଯାଇଛି । ଯେବେକି ସହରର ୧୦୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ନେଇ ରିପୋର୍ଟ ଆସିଛି । ଆଜିର ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୩୧ ଜଣ କଣ୍ଟନମେଣ୍ଟ ଜୋନ୍ ର ଥିବା ବେଳେ ୧୨ ଜଣ ପୂର୍ବରୁ ସଙ୍ଗାରୋଧ କେନ୍ଦ୍ରରେ ଥିଲେ ।

ଏମାନଙ୍କ ମଧ୍ୟରୁ ୧୩ ଜଣ ହୋମ କ୍ଵାରେଣ୍ଟାଇନରେ ଥିବା ବେଳେ ୨୩ ଜଣ ଲୋକାଲ କଣ୍ଟକଟରୁ ସଂକ୍ରମିତ ହୋଇଥିବା ଜଣାଯାଇଛି । ସୂଚନା ମୁତାବକ ଏଯାବତ ସହରରେ ମୋଟ ସଂଖ୍ୟା ୨୫୧୬ରେ ପହଁଚିଥିବା ବେଳେ ସେମଧ୍ୟରୁ ୧୫୮୨ ଜଣ ସୁସ୍ଥ ହୋଇ ଫେରିଛନ୍ତି । ୯୨୨ଟି ଆକ୍ଟିଭ କେଶ ଥିବା ବେଳେ ସହରର ୧୩ ଜଣଙ୍କର କରୋନାରେ ମୃତ୍ୟୁ ହୋଇ ଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.