Below header

ବାଲେଶ୍ୱର: ଚୋରା ମଦ ଚାଲାଣ ବେଳେ ଧରିଲେ ଗ୍ରାମବାସୀ, ଜଣେ ଫେରାର, ତଦନ୍ତ ଚଲାଇଛି ପୋଲିସ

ବାଲେଶ୍ୱର(କେନ୍ୟୁଜ୍):  ବାଇକରେ ଚୋରା ଦେଶୀ ମଦ ଚାଲାଣ ହେଉଥିବା ବେଳେ ଧରିଲେ ଗ୍ରାମବାସୀ। ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ସାହାସପୁରା ନିକଟରେ ବାଇକରେ ଚୋରା ଦେଶୀ ମଦ ନେଇ ଯାଉଥିବା ୩ଟି ବାଇକକୁ ଅଟକ ରଖିଛନ୍ତି ଗ୍ରାମବାସୀ। ଏହା ସହ ୨ଜଣଙ୍କୁ ମଧ୍ୟ ଅଟକ ରଖିଛନ୍ତି। ପୁରୁଣା ବାଲେଶ୍ୱରର ୩ଜଣ ଯୁବକ ମୋଟର ସାଇକେଲରେ ୪ଶହ ଲିଟରରୁ ଅଧିକ ଦେଶୀ ମଦ ନେଇ ଯାଉଥିବା ବେଳେ ସାହାସପୁର ନିକଟରେ ଗୋଟିଏ ଷଣ୍ଢକୁ ଧକ୍କା ଦେଇଥିଲେ। ବାଇକଟି ପଡ଼ିଯିବା ପରେ ଅନ୍ୟ ୨ଟି ବାଇକ ମଧ୍ୟ ପରେ ଦୁର୍ଘଟଣାର ଶିକାର ହୋଇଥିଲା। ଉତ୍ତ୍ୟକ୍ତ ଲୋକେ ବାଇକ ଚାଳକଙ୍କୁ ମାଡ଼ ମାରିବା ସହ ବାଇକ ଭଙ୍ଗାରୁଜା କରିଛନ୍ତି। ଜଣେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ସୋର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.