କେବେ ବି ଅଧୁରା ଛାଡ଼ନ୍ତୁ ନାହିଁ ଏହି ୩ଟି କାମ
ଆମ ଧର୍ମ ଗ୍ରନ୍ଥରେ ଅନେକ କଥା କୁହାଯାଇଛି, ଯାହା ଆମକୁ ଜୀବନ ଜିଇଁବାର ତରିକା ବିଷୟରେ ବତାଇଥାଏ। ଗରୁଡ଼ ପୁରାଣ ବି ଏମିତି ଏକ ଗ୍ରନ୍ଥ, ଯାହାକି ଜୀବନ ସହ ଜଡ଼ିତ ଅନେକ ଗୁପ୍ତ କଥା ବିଷୟରେ ଅବଗତ କରାଇଥାଏ। ଏହି କଥା ଜାଣିବା ଆମ ପାଇଁ ବହୁତ ଜରୁରୀ। ଗରୁଡ଼ ପୁରାଣରେ ଏହି ୩ଟି କାମ ବିଷୟରେ ଉଲ୍ଲେଖ କରାଯାଇଛି, ଯାହାକୁ ଅଧୁରା ଛାଡ଼ିଲେ ଭବିଷ୍ୟତରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ।
ଋଣ ବା ଧାର
ଋଣ ବା ଧାର ନେଇଥିବା ଟଙ୍କା କୌଣସି ବି ସ୍ଥିତିରେ ଠିକ୍ ସମୟରେ ପରିଶୋଧ କରିଦେବା ଉଚିତ। ଯଦି ଏହାକୁ ଶୁଝା ନ ଯାଏ, ତା’ହେଲେ ସୁଧ ସହିତ ଏହା ପୁଣି ବଢ଼ିଯାଇଥାଏ। ଉଧାର ନିଆଯାଇଥିବା ଟଙ୍କା ଯୋଗୁ ସମ୍ପର୍କରେ ଫାଟ ସୃଷ୍ଟି ହୁଏ। ଏଭଳି ସ୍ଥିତିରୁ ମୁକୁଳିବା ପାଇଁ ଋଣ ବା ଧାର ନେଇଥିବା ଟଙ୍କାକୁ ଶତ ପ୍ରତିଶତ ଶୀଘ୍ର ଶୁଝିଦେବା ଉଚିତ।
ରୋଗ
ଯଦି କୌଣସି ବ୍ୟକ୍ତି ଅସୁସ୍ଥ ବା ରୋଗାଗ୍ରସ୍ତ ଅଛନ୍ତି, ତା’ହେଲେ ତାଙ୍କୁ ଆବଶ୍ୟକ ଔଷଧ ଏବଂ ଚିକିତ୍ସା ଦ୍ୱାରା ଶୀଘ୍ର ଭଲ କରିଦେବା ଉଚିତ। ଯିଏ ସମ୍ପୂର୍ଣ୍ଣ ସୁସ୍ଥ ନ ହୋଇ ଔଷଧ ଖାଇବା ଛାଡ଼ିଦିଏ, ସେ ଭବିଷ୍ୟତରେ ଆହୁରି ଅଧିକ ରୋଗାଗ୍ରସ୍ତ ହେବାର ସମ୍ଭାବନା ଥାଏ। ପୁଣି ଫେରିଥିବା ରୋଗ ବହୁତ ଭୟଙ୍କର ହୋଇଥାଏ।
ଏହାସହ ପଢ଼ନ୍ତୁ: ରାତିରେ ଅଧିକ ଥଣ୍ଡା ଲାଗୁଥିବାରୁ ନିଦ ଆସୁନି କି? ଆପଣାନ୍ତୁ ଏହି ସହଜ ଉପାୟ
ନିଆଁ
ଯଦି କୌଣସି ଜାଗାରେ ନିଆଁ ଲାଗିଥାଏ, ତା’ହେଲେ ନିଆଁକୁ ସମ୍ପୂର୍ଣ୍ଣ ଲିଭାଇଦେବା ଉଚିତ। ଗୋଟିଏ ଛୋଟିଆ ନିଆଁ ଝୁଲ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟାଇ ଦେଇପାରେ। ଏହା ଜୀବନ ମଧ୍ୟ ନେଇଯାଇପାରେ।