ଏକ୍ସସାଇଜ୍‌ ଏସ୍‌ଆଇଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ, ଥାନାର ଦ୍ୱାରସ୍ଥ ହେଲେ ମହିଳା କନେଷ୍ଟବଳ

ରଉରକେଲା(କେନ୍ୟୁଜ୍): ରଉରକେଲା ଅବକାରୀ ବିଭାଗର ଏସ୍‌ଆଇଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ । ଏସ୍‌ଆଇ ସୂର୍ଯ୍ୟ ନାରାୟଣ ରଥଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି ବିଭାଗର ଜଣେ ମହିଳା କନେଷ୍ଟବଳ । ଏନେଇ ମହିଳା ଜଣଙ୍କ ରାଉରକେଲା ମହିଳା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଦୀର୍ଘ ୫ ମାସ ହେବ ଅସଦାଚରଣ କରାଯାଉଥିବା ନେଇ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ମଧ୍ୟ ନ୍ୟାୟ ନମିଳିବାରୁ ଥାନାର ଦ୍ୱାରସ୍ତ ହୋଇଥିବା କହିଛନ୍ତି ମହିଳା । ଆଜି ରବିବାର ଥିବାରୁ ଆରୋପି ଅଭିଯୁକ୍ତ ସୂର୍ଯ୍ୟ ନାରାୟଣଙ୍କ ପ୍ରତିକ୍ରିୟା ନେଇପାରି ନାହିଁ ପୋଲିସ । ମାମଲାରେ ପୀଡ଼ିତାଙ୍କ ଅଭିଯୋଗ ଶୁଣିବା ପରେ ଆଗକୁ ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବ ବୋଲି କହିଛି ପୋଲିସ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.