ଅଲ୍କାଏଦାର ଦୁର୍ଦ୍ଦାନ୍ତ ଆତଙ୍କୀକୁ ଗିରଫ କଲା ଝାଡ଼ଖଣ୍ଡ ପୋଲିସ,ମିଳିପାରେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ
ଝାଡ଼ଖଣ୍ଡ: ଝାଡ଼ଖଣ୍ଡ ପୋଲିସର ଆତଙ୍କବାଦୀ ନିରୋଧୀ ସ୍କ୍ୱାର୍ଡ ଅଲ୍ କାଏଦା ସହ ଜଡ଼ିତ ଜଣେ ଆତଙ୍କୀକୁ ଗିରଫ କରିବାରେ ସଫଳ ହୋଇଛି। ଏହି ଆତଙ୍କବାଦୀର ନାଁ ମହମ୍ମଦ କାଲିମୁଦ୍ଦିନ୍ ମୁଜାହିରି ବୋଲି ଜଣାପଡ଼ିଛି।
କାଲିମୁଦ୍ଦିନ୍ ଗିରଫ ନେଇ ଏଡିଜିପି ଏମ୍ଏଲ୍ ମୀନା କହିଛନ୍ତି, ବିଭିନ୍ନ ମାମଲାରେ ୱାଣ୍ଟେଡ୍ ଥିବା ଏହି ଆତଙ୍କବାଦୀ ଗତ ୩ ବର୍ଷ ହେବ ଫେରାର ଥିଲା। ଶନିବାର ତାକୁ ଆତଙ୍କୀ ନିରୋଧୀ ଟିମ୍ ଗିରଫ କରିଛି। ସେ ମଦ୍ରାସାରେ ରହି ଛୋଟ ପିଲାଙ୍କୁ ଜିହାଦ୍ ପାଇଁ ପ୍ରସ୍ତୁତ କରୁଥିଲା। କ୍ରମାଗତ ଭାବେ ଯୁବକଙ୍କୁ ପାକିସ୍ତାନ ଟ୍ରେନିଂ ପାଇଁ ପଠାଉଥିଲା ବୋଲି ମୀନା ସୂଚନା ଦେଇଛନ୍ତି।
ଏହାସହ ପଢ଼ନ୍ତୁ: ମାତ୍ର ୪୦୦ ଟଙ୍କା ଦିଅନ୍ତୁ, ଚାଲାଣରୁ ମୁକ୍ତି ପାଆନ୍ତୁ; ଶୁଣନ୍ତୁ ଖୋଦ୍ ପୋଲିସବାବୁଙ୍କ ମୁହଁରୁ
ମୋଷ୍ଟ ୱାଣ୍ଟେଡ୍ ଅଲ କାଏଦା ଆତଙ୍କବାଦୀଙ୍କ ତାଲିକାରେ କାଲିମୁଦ୍ଦିନ୍ ସବୁଠାରୁ ଉପରେ ଥିଲା। ଦୀର୍ଘଦିନ ଧରି ଝାଡ଼ଖଣ୍ଡ ଏଟିଏସ୍ ଏହି ଆତଙ୍କବାଦୀର ଗତିବିଧି ଉପରେ ନଜର ରଖି ଶେଷରେ ଶନିବାର ଟାଟାନଗରରୁ ଗିରଫ କରିଛି। ତାର ଅନ୍ୟ ସହଯୋଗୀ ବର୍ତ୍ତମାନ ଜେଲ୍ରେ ଥିବା ଜଣାଯାଇଛି।