କ୍ଷୀରରେ ମିଶାଇ ପିଅନ୍ତୁ ଏହି ଗୋଟିଏ ଜିନିଷ, କେବେ ବି ପାଖ ମାଡ଼ିବନି କ୍ୟାନସର

କ୍ୟାନସର ରୋଗ ବିଷୟରେ ଶୁଣିଲେ, ଆମେମାନେ ଭୟଭୀତ ହୋଇଯାଉ। ବିଜ୍ଞାନର ଏତେ ଅଗ୍ରଗତି ସତ୍ତ୍ୱେ ଏହା ଏକ ଘାତକ ରୋଗ ହୋଇଯାଇଛି। ଆଉ ସମୟ ସହ କ୍ୟାନସର ରୋଗୀଙ୍କ ସଂଖ୍ୟାରେ ସାରା ବିଶ୍ୱରେ ବଢ଼ିବାରେ ଲାଗିଛି। ଆଜି ଆମେ ଆପଣଙ୍କୁ ଏହି ରୋଗରୁ ମୁକ୍ତି ପାଇବା ପାଇଁ ଏକ ସହଜ ଉପାୟ ବତାଇବାକୁ ଯାଉଛୁ।

କେସରକୁ ଦୁନିଆର ସବୁଠାରୁ ମହଙ୍ଗା ମସଲା ରୂପେ ଗଣାଯାଏ। ଏହା ଖାଦ୍ୟର ରଙ୍ଗ ସହ ସ୍ୱାଦକୁ ମଧ୍ୟ ଦୁଇଗୁଣା କରିଦେଇଥାଏ। କ୍ୟାନସରରୁ ଦୂରେଇ ରହିବା ପାଇଁ କେସର ରାମବାଣ ସଦୃଶ ହୋଇଥାଏ। କେବଳ କ୍ୟାନସର ନୁହେଁ, ଏହା ଆହୁରି ଅନେକ ରୋଗର ନିରାକରଣ କରିଥାଏ। ଏହା ଏକପ୍ରକାର ଆଣ୍ଟିବାୟୋଟିକ୍‌, ଯାହାକି ତ୍ୱଚାର ଚମକ ବଢ଼ାଇବାରେ ବହୁତ ଲାଭଦାୟକ ହୋଇଥାଏ।

କେସରକୁ ପ୍ରୟୋଗ କଲେ ଡିପ୍ରେଶନ, ମହିଳାଙ୍କ ମାସିକ ଋତୁସ୍ରାବ ସମ୍ବନ୍ଧୀୟ ସମସ୍ୟା, ମୋଟାପଣ, ଶ୍ୱାସ, ଭୋକ ନ ହେବା, ଶରୀର ଦୁର୍ବଳ ଲାଗିବା, ମସ୍ତିଷ୍କ ସମ୍ବନ୍ଧୀୟ ସମସ୍ୟା ଆଦି ଦୂର କରିଥାଏ। କେସରର ନିୟମିତ ବ୍ୟବହାର ଦ୍ୱାରା ମେମୋରି ଲସ୍‌, ଅସମୟରେ ବୟସାଧିକ୍ୟ ସମସ୍ୟା ମଧ୍ୟ ଦୂର ହୋଇଥାଏ।

ଏହାସହ ପଢ଼ନ୍ତୁ: ରାତିରେ ଖାଲି ପେଟରେ ଶୋଇବାରେ କମି ନ ଥାଏ ଓଜନ!

କେବଳ ଏତିକି ନୁହେଁ, କେସର ହାର୍ଟ ଆଟାକ୍‌ ଏବଂ ସୁଗର ରୋଗରୁ ମଧ୍ୟ ମୁକ୍ତି ଦେଇଥାଏ। ଆଖିର ଉଜ୍ଜ୍ୱଳତାକୁ ତେଜ କରିଥାଏ। ଏହାକୁ ଅନେକ ପ୍ରକାରେ ଖିଆଯାଇପାରେ। କିନ୍ତୁ ଆପଣ ଜାଣିଛନ୍ତି କି? ରାତିରେ ଶୋଇବା ପୂର୍ବରୁ କ୍ଷୀରରେ କେସର ପକାଇ ପିଇଲେ, କ୍ୟାନସର ସମ୍ଭାବନା ନ ଥାଏ। ଆୟୁର୍ବେଦ ଅନୁସାରେ ଏହାକୁ ଘିଅ ଏବଂ ଗୁଡ଼ରେ ମିଶାଇ ଖାଇଲେ ବହୁତ ସ୍ୱାସ୍ଥ୍ୟବର୍ଦ୍ଧକ ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.