Below header

ପ୍ରଧାନଶିକ୍ଷକଙ୍କୁ ନିଲମ୍ବନ ଦାବିରେ ଗ୍ରାମବାସୀଙ୍କ ଧାରଣା, ମଧ୍ୟାହ୍ନ ଭୋଜନ ଚାଉଳ ହଡ଼ପ କରୁଥିବା ଅଭିଯୋଗ

ବାଙ୍କୀ: ପ୍ରଧାନଶିକ୍ଷକଙ୍କୁ ନିଲମ୍ବନ ଦାବିରେ ସ୍କୁଲ୍‌ ସମ୍ମୁଖରେ ଗ୍ରାମବାସୀଙ୍କ ଧାରଣା । ଏପରି ଦେଖିବାକୁ ମିଳଛି କଟକ ଜିଲ୍ଲା ବାଙ୍କୀ ବ୍ଲକର ବୈଦେଶ୍ୱର ପଞ୍ଚାୟତର କୋଟ ପ୍ରାଥମିକ ସ୍କୁଲରେ । ଅଭିଯୋଗ ମୂତାବକ, ସ୍କୁଲ୍‌ ଛୁଟି ସମୟରେ ପ୍ରଧାନ ଶିକ୍ଷକ ମଧ୍ୟାହ୍ନ ଭୋଜନ ଚାଉଳ ନେଇ ଯାଉଥିବା ଗ୍ରାମବାସୀଙ୍କ ହାବୁଡରେ ପଡିଯାଇଥିଲେ । ତେବେ ଏନେଇ ଅଭିଯୋଗ କରିବାରୁ ପ୍ରଧାନଶିକ୍ଷକ ନିଜ ସ୍ତ୍ରୀ ଏବଂ ଭାଇଙ୍କୁ ଲଗାଇ ଅଭିଯୋଗକାରୀଙ୍କୁ ଧମକ ଦେବା ସହ ମାଡ ମାରିଥିବା କହିଛନ୍ତି ଗ୍ରାମବାସୀ । ଯାହାକୁ ନେଇ ଗାଁରେ ଉତ୍ତେଜନା ଦେଖାଦେବା ସହ ପ୍ରଧାନଶିକ୍ଷକଙ୍କୁ ନିଲମ୍ବିତ କରିବାକୁ ଅଡି ବସିଛନ୍ତି ଗ୍ରାମବାସୀ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.