କାର୍‌ ପଛ ସିଟ୍‌ରେ ବସି ଦମ୍ପତି କରୁଥିଲେ ଏଭଳି କାମ, ରାସ୍ତାରେ ଯାଉଥିବା ବ୍ୟକ୍ତି ବନାଇଦେଲେ ଭିଡିଓ, ପୁଣି ହେଲା ଏମିତି କିଛି

ପାକିସ୍ତାନର ରାଜଧାନୀ ଇସ୍‌ଲାମାବାଦରେ ଚଳନ୍ତା କାର୍‌ରେ ଆପତ୍ତିଜନକ ଅବସ୍ଥାରେ ଥିବା ଏକ ଦମ୍ପତିଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଗତ ସପ୍ତାହରେ ଇସ୍‌ଲାମାବାଦ-ଲାହୋର ହାଇୱେରେ ରେକର୍ଡ ହୋଇଥିବା ଏହି ଭିଡିଓ ଏବେ ସାମ୍ନାକୁ ଆସିଛି। ସୋସିଆଲ ମିଡିଆରେ ଭିଡିଓଟି ଖୁବ୍‌ ଭାଇରାଲ ହୋଇଥିଲା। ପାକିସ୍ତାନରେ ଏହି ଘଟଣାକୁ ନେଇ ଟୁଇଟରରେ ଲଗାତାର ଟୁଇଟ୍‌ କରାଯାଇଥିଲା। ଏହାପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

road2

ଏହାସହ ପଢ଼ନ୍ତୁ: ଅଫିସ୍‌ରୁ ଫେରି ସବୁଦିନ ନିଜ ଦୁର୍ଗନ୍ଧଯୁକ୍ତ ମୋଜା ଶୁଙ୍ଘୁଥିଲେ ଏହି ବ୍ୟକ୍ତି, ଏକ୍ସ-ରେ ରିପୋର୍ଟ ଦେଖିଲା ପରେ…

ଭିଡିଓକୁ ୨ ନଭେମ୍ବରରେ ଟୁଇଟରରେ ଶେୟାର କରାଯାଇଥିଲା। ଯେତେବେଳେ ଏହା ଭାଇରାଲ ହୋଇଗଲା, ଏହାକୁ ଟୁଇଟରରୁ ହଟାଇ ଦିଆଗଲା। ଏହାକୁ ନେଇ ସୋସିଆଲ ମିଡିଆରେ ଖୁବ୍‌ ପ୍ରତିକ୍ରିୟା ଆସିଥିଲା। ପୋଲିସ ଗାଡ଼ି ନମ୍ବରକୁ ଆଧାର କରି ମାମଲା ରୁଜୁ କରିଛି। ଯାହାଙ୍କ ନାଁରେ ଗାଡ଼ି ଥିଲା, ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଅନ୍ୟପକ୍ଷରେ ପାକିସ୍ତାନରେ ଏହାକୁ ନେଇ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଆସିଛି। ନିଜ ଗାଡ଼ି ଭିତରେ କିଏ କ’ଣ କରୁଛି, ତାହାକୁ ନେଇ ଆଲୋଚନା ହେବା ଉଚିତ ନୁହେଁ। ଏପରି କି, ଯିଏ ଏହି ଭିଡିଓକୁ ବନାଇଥିଲେ, ସେ ମଧ୍ୟ ଏପରି କରିବାର ନ ଥିଲା ବୋଲି ପ୍ରତିକ୍ରିୟା ପ୍ରକାଶ ପାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.