କିଡ୍‌ନୀକୁ ସୁସ୍ଥ ରଖିବାକୁ ଚାହୁଁଛନ୍ତି କି? ଆଜି ହିଁ ଛାଡ଼ନ୍ତୁ ଏହିସବୁ ବଦଭ୍ୟାସ

ସମସ୍ତେ ସୁସ୍ଥ ରହିବାକୁ ଚାହିଁଥାନ୍ତି। କିନ୍ତୁ ବ୍ୟସ୍ତବହୁଳ ଦିନଚର୍ଯ୍ୟା ମଧ୍ୟରେ ଆମେ ନିଜର ସେତିକି ଯତ୍ନ ନେଇପାରିନଥାଉ ଯେତିକି ନେବା ଆବଶ୍ୟକ। ଏଣୁ ଅସମୟରେ ଆମେ ବହୁ ଗମ୍ଭୀର ରୋଗର ଶିକାର ହୋଇଥାଉ। ବେଳେ ବେଳେ ଆମେ କିଛି ଏଭଳି କାର୍ଯ୍ୟ କରୁ ଯାହା ପରେ ଆମ ପାଇଁ ବିପଦର କାରଣ ପାଲଟିଯାଏ। ଯେମିତି କି ବୁଲିବାକୁ ଯିବା ବେଳେ ପରିସ୍ରାକୁ ରୋକିବା। ଏଭଳି ଅନେକ କାମ ଆମେ କରୁଛେ, ଯାହା ଆମ ଶରୀରର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ କିଡ୍‌ନୀରେ ସମସ୍ୟା ସୃଷ୍ଟି କରିଥାଏ। ଯଦି ଆପଣ ଏକ ସୁସ୍ଥ କିଡ୍‌ନୀ ଚାହୁଁଛନ୍ତି ତେବେ ଏହି ବଦଭ୍ୟାସଗୁଡ଼ିକୁ ତୁରନ୍ତ ଛାଡ଼ନ୍ତୁ …

୧.ପରିସ୍ରା ରୋକିବା:

ପ୍ରାୟ ଲୋକେ ଜାଣିନଥାନ୍ତି ଯେ ଆମ ବ୍ଲାଡର ଦୁଇ କପ୍‌ ପରିସ୍ରାକୁ ମାତ୍ର ତିନିରୁ ଚାରି ଘଣ୍ଟା ହିଁ ରଖିପାରେ। ମାତ୍ର କିଛି ଲୋକ ବେଳେବେଳେ ପରିସ୍ରା ଲାଗୁଥିଲେ ମଧ୍ୟ ତାହାକୁ ଅଣଦେଖା କରି ଅନ୍ୟ କାମରେ ବ୍ୟସ୍ତ ରହିଥାନ୍ତି। ଅଧିକ ସମୟ ପରିସ୍ରା ରୋକି ରଖିବା ଦ୍ୱାରା ଶରୀରରୁ ବର୍ଜ୍ୟବସ୍ତୁ ନିଷ୍କାସିତ ହୋଇପାରିନଥାଏ ଫଳରେ କିଡନୀ ସମସ୍ୟା ଦେଖାଦେଇଥାଏ।

ଏହାସହ ପଢ଼ନ୍ତୁ: ପୁରୁଷଙ୍କ ଶୁକ୍ରାଣୁ ବୃଦ୍ଧିରେ ବାଧକ ସାଜେ ଏହି ଖାଦ୍ୟପଦାର୍ଥ, ତୁରନ୍ତ ଭୋଜନରୁ ବାଦ୍‌ ଦିଅନ୍ତୁ

୨.ସୋଡିୟମ୍‌ଯୁକ୍ତ ଖାଦ୍ୟ ସେବନ:

କିଡ୍‌ନୀକୁ ସୁସ୍ଥ ରଖିବାକୁ ଚାହୁଁଥିଲେ ଅଧିକ ମାତ୍ରାରେ ସୋଡିୟମ୍‌ଯୁକ୍ତ ଖାଦ୍ୟ ଖାଆନ୍ତୁ ନାହିଁ। ସୋଡିୟମ୍‌ ଯୁକ୍ତ ଖାଦ୍ୟ ଶରୀରର ବ୍ଲଡ ପ୍ରେସରକୁ ବୃଦ୍ଧି କରିଥାଏ। ଫଳରେ ହାତ ଓ ପାଦ ଫୁଲିବା ଭଳି ସମସ୍ୟା ଦେଖାଦିଏ। ଏଭଳି ବିଷାକ୍ତ ପଦାର୍ଥ କିଡ୍‌ନୀର କ୍ଷତି ଘଟାଇଥାଏ।

ଏହାସହ ପଢ଼ନ୍ତୁ: ଶାରୀରିକ ସମ୍ପର୍କକୁ ନେଇ ସବୁ ଦମ୍ପତିଙ୍କ ଜୀବନରେ ଦେଖାଦିଏ ଏହି ୪ଟି ଗୁରୁତର ସମସ୍ୟା

୩.ଅଧିକ ମିଠା ଖାଇବା:

ମିଠା ଖାଇବାକୁ ସମସ୍ତେ ପସନ୍ଦ କରିଥାନ୍ତି। ମାତ୍ର ଅତ୍ୟଧିକ ମିଠା ସେବନ ଶରୀର ପାଇଁ ହାନିକାରକ ହୋଇଥାଏ। ଏହା ଦ୍ୱାରା ମଧୁମେହର ଆଶଙ୍କା ସହ କିଡ୍‌ନୀ ରୋଗର ମଧ୍ୟ ସମ୍ଭାବନା ରହିଥାଏ।

ଏହାସହ ପଢ଼ନ୍ତୁ: ଶୀତଦିନେ ହାତ ଶୁଷ୍କ ହୋଇଯାଉଥିଲେ ଲଗାନ୍ତୁ ଏହି ଚାରିଟି ଘରୋଇ ମାସ୍କ, ତ୍ୱଚା ହେବ ମୁଲାୟମ

୪.ରକ୍ତଚାପ ସମ୍ବନ୍ଧରେ ଅନଭିଜ୍ଞ:

ନିୟମିତ ବ୍ୟବଧାନରେ ବ୍ଳଡ ପ୍ରେସର ପରୀକ୍ଷା କରନ୍ତୁ। କାରଣ କିଡ୍‌ନୀ ରୋଗ ଥିଲେ ଶରୀରର ରକ୍ତଚାପ ବୃଦ୍ଧିପାଇଥାଏ। ଯଦି ବିନା କାରଣରେ ରକ୍ତଚାପ ବୃଦ୍ଧି ପାଉଛି, ତେବେ ଆପଣ ଶରୀରରେ କିଡ୍‌ନୀ ରୋଗ ଦେଖାଦେଇପାରେ।

ଏହାସହ ପଢ଼ନ୍ତୁ: ପ୍ରେମକୁ ଆହୁରି ମଜଭୁତ କରେ ଶାରୀରିକ ସମ୍ପର୍କ, ଜାଣନ୍ତୁ ସପ୍ତାହରେ କେତେ ଥର ରଖିବେ ସମ୍ବନ୍ଧ

୫.ଆଲକହଲ ଓ ଧୂମପାନ:

ସିଗାରେଟ୍‌ ପିଇବା ଦ୍ୱାରା କିଡ୍‌ନୀର ଟକ୍ସିନ୍‌ସକୁ ଫିଲଟର କରିବାରେ ସମସ୍ୟା ଦେଖାଦିଏ। ଏଥିସହ ମଦ ଶରୀରରେ ଡିହାଇଡ୍ରେସନ୍‌ କରାଇଥାଏ। ଫଳରେ ତରଳ ପଦାର୍ଥକୁ ସନ୍ତୁଳିତ କରିବା ପାଇଁ କିଡନୀର କ୍ଷମତା ବାଧାପ୍ରାପ୍ତ ହୋଇଥାଏ। ଏହାଦ୍ୱାରା ରକ୍ତଚାପ ବୃଦ୍ଧି ପାଇଥାଏ।

ଏହାସହ ପଢ଼ନ୍ତୁ: ନିୟମିତ ଶାରୀରିକ ସମ୍ପର୍କ ରଖୁଥିବା ମହିଳାଙ୍କଠାରେ ଦେଖା ଦିଏନି ଏହି ସବୁ ରୋଗ

୬.ଅଧିକ ସମୟ ବସିବା:

ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ। ଅଧିକ ସମୟ ଧରି ଗୋଟିଏ ସ୍ଥାନରେ ବସି ରହିବା ଦ୍ୱାରା ଶରୀରରେ ମେଦବହୁଳତା, ମଧୁମେହ, ହୃଦ୍‌ସମ୍ବନ୍ଧୀୟ ରୋଗ, ଏମିତି କି କ୍ୟାନସର ଭଳି ରୋଗର ଆଶଙ୍କା ରହିଥାଏ। କୌଣସି ବ୍ୟାୟାମ ନ କରିବା ଦ୍ୱାରା ରକ୍ତ ସଞ୍ଚାଳନ ବାଧାପ୍ରାପ୍ତ ହୋଇଥାଏ। ଫଳରେ କିଡ୍‌ନୀ ନିଜ କାମ ଠିକ୍‌ଭାବେ କରିପାରେ ନାହିଁ।