Below header

ମାଆ କାଳୀଙ୍କ ପୂଜାରେ ଅଶ୍ଳୀଳ ରେକର୍ଡ ଡ୍ୟାନସ୍‌, ମନୋରଂଜନ ନାଁରେ ଟପିଗଲା ସବୁ ସୀମା

ମାଲକାନଗିରି (କେନ୍ୟୁଜ୍) : ମନୋରଂଜନ ନାଁରେ ଅଶ୍ଳୀଳତା । ଟପିଗଲା ସବୁ ସୀମା ସରହଦ । ମାଲକାନଗିରି ଜିଲ୍ଲା ଏମଭି-୭୮ ଥାନା ଅନ୍ତର୍ଗତ ୭୪ ଗାଁରେ ମାଆ କାଳୀଙ୍କ ପୂଜାରେ ଅଶ୍ଳୀଳ ରେକର୍ଡ ଡ୍ୟାନସ୍ ପରିବେଷଣ । ଡ୍ୟାନ୍ସରମାନେ ଶାଳୀନତାର ସବୁ ସୀମା ଟପି ଯାଇ ନୃତ୍ୟ ନାଁରେ ନଗ୍ନତା ପ୍ରଦର୍ଶନ କରିଥିଲେ ।

danceଛୋଟ ଛୋଟ ଡ୍ରେସ ପିନ୍ଧି ଅଶ୍ଳୀଳ ଅଙ୍ଗଭଙ୍ଗୀ ପ୍ରଦର୍ଶନ କରିଥିଲେ । ଯାହାକୁ ପରିବାର ସହ ବସି ଦେଖିବା ସମ୍ଭବ ନଥିଲା । ଏହାକୁ ନେଇ ବୁଦ୍ଧିଜୀବୀଙ୍କ ସମେତ ବିଭିନ୍ନ ବର୍ଗର ଲୋକ ନାପସନ୍ଦ କରିଛନ୍ତି । ଏ ବାବଦରେ ପୂଜା କମିଟି ଓ ପୋଲିସକୁ ପଚାରିବାରୁ ସେମାନେ କୌଣସି ମନ୍ତବ୍ୟ ଦେଇନଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.