ଭବାନୀପାଟଣା: ମାଟି କାନ୍ଥ ଭୁଶୁଡ଼ି ଶାଶୁ ମୃତ, ବୋହୂ ଗୁରୁତର

କଳାହାଣ୍ଡି(କେନ୍ୟୁଜ୍): ମାଟି କାନ୍ଥ ଭୁଶୁଡ଼ି ଶାଶୁ ମୃତ, ବୋହୂ ଗୁରୁତର । କଳାହାଣ୍ଡି ଜିଲ୍ଲାରେ ଲଗାଣ ବର୍ଷା ଯୋଗୁ ଭବାନୀପାଟଣା ଅର୍କାବାହାଳିପଡ଼ାରେ ଏଭଳି ଘଟଣା ଘଟିଛି । ଗୁରୁତର ବୋହୂଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଉଭୟ ଶାଶୁ ଓ ବୋହୂ ରୋଷେଇ କରୁଥିବା ବେଳେ ହଠାତ୍‌ କାନ୍ଥ ଭୁଷୁଡ଼ି ପଡିଥିଲା । ସ୍ଥାନୀୟ ଲୋକ ଦୁଇଜଣଙ୍କୁ ଉଦ୍ଧାର କରି ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ଶାଶୂ ରାଣୀମତୀଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।