ଭୋଗରାଇରେ ତିନି ତଲାକ୍‌ ଅଭିଯୋଗ, ସ୍ୱାମୀଙ୍କ ବିରୋଧରେ ଥାନାରେ ମାମଲା ରୁଜୁ

ବାଲେଶ୍ୱର(କେନ୍ୟୁଜ୍): ବାଲେଶ୍ୱର ଜିଲ୍ଲା ଭୋଗରାଇ ଅଞ୍ଚଳରୁ ତିନ ତଲାକ୍‌ ଅଭିଯୋଗ ପରେ ପୋଲିସର ତନାଘନା । ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ କରୁଛି ଭୋଗରାଇ ଥାନା ପୋଲିସ । ଏତଲା ପରେ ୧୪୭ / ୧୯ ଅନୁସାରେ ମାମଲା ରୁଜୁ ହୋଇଛି । ଆଇନ ଅନୁସାରରେ ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ସୂଚନା ଦେଇଛି । ଅଭିଯୋଗ ଅନୁସାରେ ନୀଲୋଫର ବିବି ସେଖ ସାହିର ଓରଫ ସାନୁଙ୍କୁ ବିବାହ କରିଥିଲେ । ଏହା ପରେ ସାନୁ ୫୦ ହଜାର ଟଙ୍କାର ଯୌତୁକ ମାଗିଥିଲେ । ତେବେ ଟଙ୍କା ଦେଇନ ପାରିବାରୁ ଶାଶୂ, ଶ୍ୱଶୂର, ଦିଅର ନୀଲୋଫର ବିବିଙ୍କୁ ଶାରୀରିକ ଓ ମାନସିକ ନିର‌୍ୟାତନା ଦେଇ ଆସୁଥିଲେ । ଗତ ୩୧ ତାରିଖରେ ଗାଁ ମୁଖିଆ ଇୟୁସୁକ ଖାଁଙ୍କ ଉପସ୍ଥିତିରେ ବୈଠକ ଚାଲିଥିବା ବେଳେ ନୀଲୋଫରଙ୍କୁ ତାଙ୍କ ସ୍ୱାମୀ ସାନୁ ତଲାକ ଦେଇଥିବା ଥାନାରେ ଅଭିଯୋଗ ହଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.