Below header

ପାଓ୍ଵାରକଟ୍‌ ଉପରେ ଆସିବ ନିୟନ୍ତ୍ରଣ, TPCODL ସିଇଓ କହିଲେ ନିରବିଚ୍ଛିନ୍ନ ବିଦ୍ୟୁତ ଶକ୍ତି ଯୋଗାଣ ପାଇଁ ଆମେ ସଂକଳ୍ପବଦ୍ଧ

କେନ୍ୟୁଜ୍(ବ୍ୟୁରୋ):୨୪ ଘଣ୍ଟା ନିରବିଚ୍ଛିନ୍ନ ବିଦ୍ୟୁତ ଶକ୍ତି ଯୋଗାଣ ପାଇଁ TPCODL ସଂକଳ୍ପବଦ୍ଧ । ସାରା ରାଜ୍ୟରେ ହେଉଥିବା ପାଓ୍ଵାର କଟ୍‌ ସମସ୍ୟାର ସମାଧାନ ନେଇ ଏଭଳି ଆଶ୍ୱାସନା ଦେଇଛନ୍ତି TPCODL ସିଇଓ ଏମ୍‌ ସେନ୍ଵାଗମ୍‌ । ପାଓ୍ଵାର କଟ୍‌ ସମସ୍ୟାର ସମାଧାନ ପାଇଁ ବିଶେଷ ବ୍ୟବସ୍ଥା କରାଯାଉଛି । ୮ଟି ମୋବାଇଲ ଟିମ୍‌କୁ ପ୍ରସ୍ତୁତ ରଖାଯାଇଛି । ଯେଉଁଠି ଲୋ-ଭୋଲଟେଜ୍‌ ସମସ୍ୟା ସାମ୍ନାକୁ ଆସୁଛି, ସେଠାରେ ଟ୍ରାନ୍ସଫରମର ବଦଳାଇବାର ବ୍ୟବସ୍ଥା କରାଯାଉଛି । ବିଜୁଳି ଚୋରି ଏବଂ ବିଦ୍ୟୁତ ଶକ୍ତି ଅପଚୟ ରୋକିବା ଉପରେ ଗୁୁରୁତ୍ୱ ଦିଆଯାଉଛି ।

ବିଦ୍ୟୁତଶକ୍ତି ଉତ୍ପାଦନ କ୍ଷେତ୍ରରେ ଓଡ଼ିଶା କାହା ଉପରେ ନିର୍ଭରଶୀଳ ନୁହେଁ ବୋଲି TPCODLର ସିଇଓ କହିଛନ୍ତି । ଜଳବିଦ୍ୟୁତ ଓ ତାପଜ ବିଦ୍ୟୁତ କ୍ଷେତ୍ରରେ ଓଡ଼ିଶା ସେଭଳି ବିଦ୍ୟୁତ ଶକ୍ତି ଅଭାବର ସମ୍ମୁଖୀନ ହେଉନାହିଁ । ତେବେ ଯାହା କିଛି ସମସ୍ୟା ଉପୁଜୁଛି ତାହା ସାମୟିକ । ବିଦ୍ୟୁତ ଶକ୍ତି ଚୋରି ରୋକିବା ପାଇଁ ବିଦ୍ୟୁତ ଯୋଗାଣ କ୍ଷେତ୍ରରେ ଅନେକ ସଂସ୍କାରମୂଳକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଉପକୂଳ ଜିଲ୍ଲାଗୁଡ଼ିକରେ ବାତ୍ୟାରେ କ୍ଷୟକ୍ଷତିକୁ ନଜରରେ ରଖି ନୂଆ ନୂଆ କାରିଗରୀ ଜ୍ଞାନକୌଶଳ ପ୍ରୟୋଗ ଉପରେ ଦିଆଯାଉଛି ଗୁରୁତ୍ୱ । ସେହିପରି ହେଭି ବିଜୁଳିଶକ୍ତି ଯୋଗାଣ ହେଉଥିବା ଖୁଣ୍ଟଗୁଡ଼ିକର ସାମର୍ଥ୍ୟ ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଉଥିବା TPCODLର ସିଇଓ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.