ମୌସୁମୀ ଛୁଇଁବା ପରେ ଏବେ ଟାଣ ଖରାରେ ସିଝୁଛି ସାରା ଓଡ଼ିଶା

ଭୁବନେଶ୍ବର(କେନ୍ୟୁଜ୍): ସାରା ରାଜ୍ୟକୁ ମୌସୁମୀ ଛୁଇଁବା ପରେ ଏବେ ଗାୟବ। ଏବେ ଟାଣ ଖରାରେ ପୁଣି ସିଝୁଛି ସାରା ଓଡ଼ିଶା। ମୌସୁମୀ ଟ୍ରାପ ଉତ୍ତର ଦିଗକୁ ଗତି କରୁଥିବାରୁ ଏଭଳି ପରିସ୍ଥିତ ସୃଷ୍ଟି ହୋଇଛି । ଆସନ୍ତା ୨ଦିନ ଯାଏ ପାଗରେ କୌଣସି ପରିବର୍ତ୍ତନ ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ୩୦ରେ ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ସମ୍ଭାବନା ରହିଛି। ଏହାର ପ୍ରଭାବରେ ଜୁଲାଇ ପ୍ରଥମ ସପ୍ତାହରୁ ସ୍ୱାଭାବିକ ମୌସୁମୀ ବର୍ଷା ହେବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.