Below header

ପିତାଙ୍କ ମୃତ୍ୟୁ ପରେ ବି ମୈଦାନକୁ ଓହ୍ଲାଇଥିଲେ ଏହି ଖେଳାଳି, ଟିମକୁ ଚାମ୍ପିୟନ୍ କରାଇ ଦେଶକୁ କଲେ ଗର୍ବିତ

ଅନେକ ସମୟରେ ନିଜ ପରିବାର ଏବଂ ଅନୁଭବଠୁ ବଡ଼ ହୋଇଥାଏ ଦେଶ ପାଇଁ କର୍ତ୍ତବ୍ୟ । ଆଉ ଏହା ପ୍ରମାଣ କରି ଦେଖାଇଛନ୍ତି ଭାରତୀୟ ମହିଳା ହକି ଖେଳାଳି ଲାଲରେମସିଆମୀ । ତାଙ୍କ ଟିମ୍ ହିରୋସିମାରେ ଏଫଆଇଏଚ୍ ସିରିଜ୍ ଫାଇନାଲ୍ ଜିତିଲା କିନ୍ତୁ ଲାଲରେମସିଆମୀ ଯାହା କରିଛନ୍ତି ତାହା ସମସ୍ତଙ୍କ ପାଇଁ କିନ୍ତୁ ସହଜ ନୁହେଁ ।

ସେମିଫାଇନାଲ ମ୍ୟାଚର ଗୋଟିଏ ଦିନ ପୂର୍ବରୁ ଲାଲରେମସିଆମୀଙ୍କ ବାପାଙ୍କ ମୃତ୍ୟୁ ହୋଇଥିଲା । ଏହି ଦୁଃଖଦ ଘଟଣା ପରେ ବି ଲାଲରେମସିଆମୀ ଦଳକୁ ଅଧାବାଟରେ ନଛାଡି ଦଳ ସହ ରହିଥିଲେ । ଏବଂ ଚାମ୍ପିୟନ ହୋଇ ଦେଶକୁ କରିଥିଲେ ଗର୍ବିତ । ମିଜୋରାମର ଲାଲରେମସିଆମୀ ଫାଇନାଲ୍ ମ୍ୟାଚ୍ ଖେଳିଲେ ଏବଂ ଜାପାନକୁ ୩-୧ ରେ ହରାଇ ମହିଳା ଏଫ୍‌ଆଇଏଚ୍‌ ସିରିଜ ଫାଇନାଲ ହକି ଟୁର୍ଣ୍ଣାମେଣ୍ଟକୁ ନିଜ ନାଁରେ କରିଥିଲେ । ଭାରତୀୟ ଟିମ ନିଜର ଏହି ବିଜୟକୁ ଲାଲରେମସିଆମୀଙ୍କ ବାପାଙ୍କୁ ସମର୍ପିତ କରିଛି, ଯାହାଙ୍କ ଦେହାନ୍ତ ଶୁକ୍ରବାର ଦିନ ହୃଦଘାତରେ ହୋଇଥିଲା ।

ଅନ୍ୟପଟେ ମଙ୍ଗଳବାର ଦିନ ମିଜୋରାମର ନିଜ ଗାଁ କୋଲାସିବରେ ପହଞ୍ଚିଥିଲେ ଲାଲରେମସିଆମୀ । ଗାଁର ଲୋକମାନେ ତାଙ୍କୁ ବିପୁଳ ସ୍ୱାଗତ ସମ୍ୱର୍ଦ୍ଧନା ଜଣାଇ ଥିଲେ । ତେବେ ବାପାଙ୍କ ମୃତ୍ୟୁ ପରେ ଘରେ ପହଞ୍ଚିଥିବା ଲାଲରେମସିଆମୀଙ୍କୁ ଦେଖି ଲୁହରେ ବୁଡି ଯାଇଥିଲା ପରିବାର ଲୋକଙ୍କ ଆଖି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.