Below header

ସକାଳୁ କୋହଲା ପାଗକୁ ଘନ କୁହୁଡି ସହିତ ବର୍ଷା, ଆହୁରି ତିନି ଦିନ ଏପରି ରହିବ ସ୍ଥିତି

ଭୁବନେଶ୍ୱର (କେନ୍ୟୁଜ୍‌) : ରାଜ୍ୟର ଦକ୍ଷିଣରେ ବଙ୍ଗୋପସାଗରରେ ଗୁରୁଚାପ ବଳୟ ସୃଷ୍ଟି ହୋଇଥିବାରୁ ଆକାଶ ମେଘାଛନ୍ନ ରହିବା ସହ ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି। ଏଥିସହିତ ଘନ କୁହୁଡି ପାଇଁ ଲୋକମାନଙ୍କୁ ଯାନବାହନ ଚଳାଚଳରେ ସମସ୍ୟା ହେଉଛି। ଲୋକେ ଗାଡିରେ ହେଡ ଲାଇଟ ଲଗାଇ ଯାତାୟତ କରୁଛନ୍ତି।

ଆଜି ମଧ୍ୟପ୍ରଦେଶ ଉପରେ ଏକ ଘୂର୍ଣ୍ଣିବଳୟ ସମ୍ଭାବନା ରହିଛି ଶୁକ୍ରବାର ଏହା ବିହାର ଉପରେ ରହିବ। ଏହା ପ୍ରଭାବରେ ୯ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହେବ। ଏପରିକି ୬ରୁ ୮ତାରିଖ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାରେ ଗୋପାଳପୁରରୁ କେନ୍ଦ୍ରାପଡ଼ା ପର୍ଯ୍ୟନ୍ତ ଅଧିକ ବର୍ଷା ହେବ ବୋଲି ପାଣିପାଗ ବିଶେଷଜ୍ଞ ପୂର୍ବାନୁମାନ କରିଛନ୍ତି।

୯ତାରିଖ ପର୍ୟ୍ୟନ୍ତ ଅଧିକାଂଶ ସ୍ଥାନରେ ଅଧିକ ବର୍ଷା ହେବାକୁ ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ୧୦ ତାରିଖ ପରେ ପାଗରେ ପରିବର୍ତ୍ତନ ଆସିବା ନେଇ ସୂଚନା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.