Below header

ଭାରସାମ୍ୟ ହରାଇ ଗୋଡ଼ଭୋଙ୍ଗା ଘାଟିରେ ଓଲଟିଲା ଗହମ ବୋଝେଇ ଟ୍ରକ୍, ଡ୍ରାଇଭର ଓ ହେଲପର ଆହତ

କରଞ୍ଜିଆ: ମୟୂରଭଞ୍ଜ ଜିଲ୍ଲା ମହୁଲଡିହା ଥାନା ଠାକୁରମୁଣ୍ଡା – ଆନନ୍ଦପୁର ରାସ୍ତାର ଗୋଡ଼ଭୋଙ୍ଗା ଘାଟିରେ ଏକ ଗହମ ବୋଝେଇ ଟ୍ରକ ଭାରସାମ୍ୟ ହରାଇ ଓଲଟି ପଡିଛି । ଆଜି ପ୍ରାୟ ୧୧ ଟା ସମୟରେ ଗାଡିଟି ଓଲଟି ପଡିବାରୁ ଟ୍ରକ୍ ଡ୍ରାଇଭର ଓ ହେଲପର ଆହତ ହୋଇଥିବା ଜଣାପଡିଛି।

ଖବର ପାଇ ମହୁଲଡିହା ଥାନା ଏଏସଆଇ ଏଲ କେ ପରିଡା ଘଟଣାସ୍ଥଳରୁ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ୧୦୮ ଆମ୍ବୁଲାନ୍ସ ଯୋଗେ ଘଷିପୁରା ସ୍ୱାସ୍ଥ୍ୟ କେନ୍ଦ୍ରରେ ପଠେଇ ଦେଇଛନ୍ତି। ଟ୍ରକରେ ଗହମ ବୋଝେଇ କରି ଛତିଶଗଡ଼ରୁ ଭୁବନେଶ୍ୱର ଯାଉଥିବା ସମୟରେ ଘାଟି ରାସ୍ତାରେ ଟ୍ରକଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା। ସୂଚନା ଥାଉକି, ଏହି ଘାଟି ରାସ୍ତାରେ ବାରମ୍ବାର ଯାନବାହନ ଗୁଡିକ ଯିବାବେଳେ ଏଭଳି ଦୁର୍ଘଟଣାରେ ସମ୍ମୁଖୀନ ହେଉଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.