ପ୍ରେମରେ ଉବୁଟୁବୁ ଆମିରଙ୍କ ଝିଅ ଇରା, ଫିଟନେସ୍ କୋଚ୍ ଙ୍କ ସହିତ ରହିଛି ସମ୍ପର୍କ

ବଲିଉଡ ଅଭିନେତା ଆମିର ଖାନଙ୍କ ଝିଅ ଇରା ଖାନ୍ ଏବେ ପ୍ରେମର ଉବୁଟୁବୁ। ଆଉ ଇଣ୍ଡଷ୍ଟ୍ରୀରେ ତାଙ୍କ ପ୍ରେମକୁ ନେଇ ଚାଲିଛି ଚର୍ଚ୍ଚା। ଏବେ ଫିଟନେସ୍ କୋଚ୍ ନୂପୁର ଶିଖରଙ୍କୁ ଡେଟ୍ କରୁଛନ୍ତି। ନୂପୁର ସୋସିଆଲ ମିଡିଆ ପୋଷ୍ଟ ଜରିଆରେ ପ୍ରଶଂସକଙ୍କୁ ହିଣ୍ଟ୍ ଦେଇଛନ୍ତି।

ଗତ ବର୍ଷ ଇରା ଖାନଙ୍କ ଫଟୋ ଏବଂ ଭିଡିଓ ଏକ୍ସ-ବୟଫ୍ରେଣ୍ଡ ମିଶାଲ କ୍ରିପଲାନିଙ୍କ ସହ ଭାଇରାଲ୍ ହୋଇଥିଲା। ଇରା ଖାନ୍ ଏବଂ ନୂପୁର ଶିଖର ଲକଡାଉନ୍ ସମୟରୁ ପରସ୍ପରକୁ ଡେଟ୍ କରୁଛନ୍ତି। ଇରା ଖାନ୍ ନିଜ ଫିଟନେସ୍ ପ୍ରତି ଧ୍ୟାନ ଦେବା ଆରମ୍ଭ କରିବା ବେଳେ ସେମାନଙ୍କର ଘନିଷ୍ଠତା ବଢ଼ିଥିଲା।

coach

ନିକଟରେ ଇରା ଏବଂ ନୂପୁର ଭ୍ୟାକେସନରେ ମହାବଳେଶ୍ବର, ଖାନ୍ ଫାର୍ମହାଉସ୍ ପହଞ୍ଚିଥିଲେ। ଦୁହେଁ ପରସ୍ପରର ମାଆଙ୍କୁ ମଧ୍ୟ ଭେଟିଥିଲେ। କୁହାଯାଉଛି ଯେ ଦୁହେଁ ସିରିୟସ୍ ରିଲେସନଶିପରେ ଅଛନ୍ତି। ଏବେ ସୁଦ୍ଧା ଆମିର ଖାନଙ୍କ ପ୍ରଥମ ପତ୍ନୀ ଏବଂ ଇରା ଖାନଙ୍କ ମାଆ ରୀନା ଦତ୍ତ ଏଥିରେ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି, କିନ୍ତୁ ନୂପୁରଙ୍କ ମାଆଙ୍କ ପୋଷ୍ଟରେ ଇରା ଖାନ୍ ଆକ୍ଟିଭ ହୋଇ କମେଣ୍ଟ୍ କରନ୍ତି। ନୂପୁର ଶିଖର ସେଲିବ୍ରିଟି ଫିଟନେସ୍ କୋଚ୍। ଏହି ସମୟରେ ସେ ଆମିର ଖାନ୍, ଇରା ଖାନ୍ ଏବଂ ସୁସ୍ମିତା ସେନଙ୍କୁ ଟ୍ରେନ୍ କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.