କଟକ ଏସସିବିରେ କେଉଁଠୁ ଶାଢ଼ି ଆଣିଲା ସଜ୍ଜନ? ସମସ୍ତଙ୍କୁ ଚକମା ଦେଇ କେମିତି ଚମ୍ପଟ ମରିଲା ଅଭିଯୁକ୍ତ

ଏଠାରେ ପ୍ରଶ୍ନ ଉଠୁଛି କି କଟକ ଏସସିବିରୁ କେମିତି ମହିଳା ବେଶରେ ଚମ୍ପଟ ମାରିଲା ବିଚାରଧୀନ କଏଦୀ ? କେଉଁଠୁ ଆଣିଲା ଶାଢ଼ି ? ତାକୁ ଶାଢ଼ି ଦେଲା କିଏ ? କଡ଼ା ସୁରକ୍ଷାରେ ହସ୍ପିଟାଲରେ ଚିକିତ୍ସିତ ହେଉଥିଲା ଫେରାର୍‌ ଅଭିଯୁକ୍ତ ଜଗତସିଂହପୁର ଜିଲ୍ଲା ନାଉଗାଁର ସଜ୍ଜନ ଦାସ । କେମିତି ଓ କେଉଁ ପରିସ୍ଥିତିରେ ସେ ମେଡିସିନ୍‌ ଓ୍ଵାର୍ଡକୁ ଖସି ଯିବାରେ ସକ୍ଷମ ହେଲା ? ସୁରକ୍ଷାକର୍ମୀ ସେତେବେଳେ କରୁଥିଲେ କ'ଣ ? ମହିଳା ବେଶରେ ଜଣେ ପୁରୁଷ ଖସି ପଳାଉଥିବା ବେଳେ କେହି ଦେଖି ପାରିଲେ ନାହିଁ କେମିତି ? ଏଥିରେ ତାକୁ କେହି ସହଯୋଗ କରିଛନ୍ତି କି ?

କଟକ(କେନ୍ୟୁଜ୍) : କେବେ ଶୁଣିନଥିବେ ଏମିତି କଥା । ଯାହା ଦେଖିଥିବେ କେବଳ ଫିଲ୍ମରେ । କିନ୍ତୁ ବାସ୍ତବରେ ଏଭଳି ଘଟଣା ଘଟିଛି କଟକ ଏସସିବି ହସ୍ପିଟାଲରେ। ଯେଉଁଠୁ ଶାଢି ପିନ୍ଧି ଚମ୍ପଟ ମାରିଲା ବିଚାରାଧିନ କଏଦୀ । ବାଥ ରୁମ ଯିବା ବାହାନାରେ ଛୁ ମାରିଲା । ଏନେଇ ମଙ୍ଗଳାବାଗ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଚୌଦ୍ୱାର ଜେଲ କର୍ତ୍ତୃପକ୍ଷ । ଚମ୍ପଟ ମାରିଥିବା ବିଚାରଧୀନ କଏଦୀ ହେଲେ ଜଗତସିଂପୁର ନାଉଗାଁର ସଜ୍ଜନ ଦାସ । ଏକ ଚୋରି ମାମଲାରେ ଗିରଫ ହୋଇ ଚୌଦ୍ୱାର ଜେଲରେ ଥିଲା ।

ସୂଚନା ଥାଉକି, ଗତ ୨୬ ତାରିଖରେ ଅସୁସ୍ଥତା କାରଣରୁ ତାକୁ SCB ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଓଲ୍ଡ ମେଡିସିନ ଓ୍ଵାର୍ଡର ଚିକିତ୍ସିତ ହେଉଥିଲା । ୬ ଜଣ ଓ୍ଵାର୍ଡର ଜଗିବାକୁ ନିୟୋଜିତ ହୋଇଥିଲେ । ସମସ୍ତଙ୍କୁ ଚକମା ଦେଇ ଚମ୍ପଟ ମାରିଛି ସଜ୍ଜନ । ଶାଢୀ ପିନ୍ଧି ଅତି ସହଜରେ ସେ ହସ୍ପିଟାଲରୁ ଖସିପଳାଇଛି । ସଜ୍ଜନକୁ ଧରିବାକୁ ପୋଲିସ ସ୍ୱତନ୍ତ୍ର ଟିମ୍‌ ଗଠନ କରିଛି । ଗତକାଲି ଜଗତସିଂହପୁର ଓ ନିଆଳିର କିଛି ସ୍ଥାନରେ ଚଡାଉ କରିଥିଲା ।

ତେବେ ଏଠାରେ ପ୍ରଶ୍ନ ଉଠୁଛି କି କଟକ ଏସସିବିରୁ କେମିତି ମହିଳା ବେଶରେ ଚମ୍ପଟ ମାରିଲା ବିଚାରଧୀନ କଏଦୀ ? କେଉଁଠୁ ଆଣିଲା ଶାଢ଼ି ? ତାକୁ ଶାଢ଼ି ଦେଲା କିଏ ? କଡ଼ା ସୁରକ୍ଷାରେ ହସ୍ପିଟାଲରେ ଚିକିତ୍ସିତ ହେଉଥିଲା ଫେରାର୍‌ ଅଭିଯୁକ୍ତ ଜଗତସିଂହପୁର ଜିଲ୍ଲା ନାଉଗାଁର ସଜ୍ଜନ ଦାସ । କେମିତି ଓ କେଉଁ ପରିସ୍ଥିତିରେ ସେ ମେଡିସିନ୍‌ ଓ୍ଵାର୍ଡକୁ ଖସି ଯିବାରେ ସକ୍ଷମ ହେଲା ? ସୁରକ୍ଷାକର୍ମୀ ସେତେବେଳେ କରୁଥିଲେ କ’ଣ ? ମହିଳା ବେଶରେ ଜଣେ ପୁରୁଷ ଖସି ପଳାଉଥିବା ବେଳେ କେହି ଦେଖି ପାରିଲେ ନାହିଁ .କେମିତି ? ଏଥିରେ ତାକୁ କେହି ସହଯୋଗ କରିଛନ୍ତି କି ?

ତେବେ ଏପଟେ ଏହି ଘଟଣାରେ କଟକ ଡିସିପି ପିନାକ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି। କହିଛନ୍ତି ଜେଲ ୱାର୍ଡର ଙ୍କର ବହୁତ ଗୁରୁ ଦାୟିତ୍ୱ ରହିଛି। କୌଣସି କଏଦୀଙ୍କ ପାଇଁ ଅତିରିକ୍ତ ସୁରକ୍ଷା ଆବଶ୍ଯକ ଥିଲେ ଚୌଦ୍ୱାର ଜେଲ କର୍ତ୍ତୃପକ୍ଷ ଜଣାଇବା ସେ କହିଛନ୍ତି। କଟକ ମଙ୍ଗଳାବାଗ ଥାନାରେ ଏନେଇ ଆଇପିସିର ଧାରା ୨୨୪ ଅନୁଯାୟୀ ମାମଲା ରୁଜୁ କରାଯାଇଛି । ଫେରାର କଏଦୀକୁ ଧରିବା ପାଇଁ ଉଦ୍ୟମ ଜାରି ବା ସହିତ ପୋଲିସ ଟିମ ବିଭିନ୍ନ ସ୍ଥାନରେ ରେଡ଼ କରୁଥିବା ସେ ସୂଚନା ଦେଇଛନ୍ତି।

ଏପଟେ ସିସିଟିଭି କ୍ୟାମେରା ଫୁଟେଜ ଆଧାରରେ ଖୋଳତାଡ କରୁଛି ପୋଲିସ । ବିଭିନ୍ନ ସ୍ଥାନରେ ପୋଲିସର ସତନ୍ତ୍ର ଟିମ୍‌ ରେଡ୍‌ କରୁଛି । ଗତକାଲି ବାଥ ରୁମ୍‌ ଯିବା ବାହାନାରେ ସଜ୍ଜନ ଦାସ ରଚିଥିଲା ଷଡଯନ୍ତ୍ର । ଏପଟେ ମଙ୍ଗଳାବାଗ ଥାନାରେ ଚୌଦ୍ୱାର ଜେଲ କର୍ତ୍ତୃପକ୍ଷ ଲିଖିତ ଅଭିଯୋଗ କରିଥିଲେ । ତେବେ ଏକ ଚୋରି ମାମଲାରେ ଗତ ୨୭ ତାରିଖରେ ଗିରଫ ହୋଇଥିଲା ସଜ୍ଜନ । ୨୮ ତାରିଖରେ ତାକୁ ଅଣାଯାଇଥିଲା ଚୌଦ୍ୱାର ଜେଲ । ସେଦିନ ରାତିରେ ଅସୁସ୍ଥତାର ଅଭିନୟ କରିଥିଲା । ତାକୁ ଏସସିବିରେ ଭର୍ତ୍ତି କରାଯାଇଥିଲା । ତେବେ ୬ ଜଣ ଓ୍ଵାର୍ଡର ଜଗିବାକୁ ନିୟୋଜିତ ହୋଇଥିଲେ । ତଥାପି ପୋଲିସ୍ ଆଖିରେ ଧୂଳି ଦେଇ ଖସିପଳେଇବାରେ .ସେ ସଫଳ ହେଲା ।

Leave A Reply

Your email address will not be published.