ଅଯୋଧ୍ୟାରେ ବ୍ରିଜଭୂଷଣ ଶରଣ ସିଂଙ୍କ ଜନଚେତନା ମହାରାଲି ବାତିଲ୍‌, ୧୧ ଲକ୍ଷ ଲୋକ ଏକାଠି ହେବାର କରିଥିଲେ ଦାବି

ଅଯୋଧ୍ୟାରେ ହେବାକୁ ଥିବା ବିଜେପି ସାଂସଦ ତଥା କୁସ୍ତି ସଂଘ ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂଙ୍କ ଜନଚେତନା ମହାରାଲି ବାତିଲ ହୋଇଛି। ଏହି ଜନଚେତନା ମହାରାଲି ଅଯୋଧ୍ୟାର ରାମକଥା ପାର୍କରେ ଆୟୋଜିତ ହେବାର ଥିଲା।

ଅଯୋଧ୍ୟାରେ ହେବାକୁ ଥିବା ବିଜେପି ସାଂସଦ ତଥା କୁସ୍ତି ସଂଘ ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂଙ୍କ ଜନଚେତନା ମହାରାଲି ବାତିଲ ହୋଇଛି। ଏହି ଜନଚେତନା ମହାରାଲି ଅଯୋଧ୍ୟାର ରାମକଥା ପାର୍କରେ ଆୟୋଜିତ ହେବାର ଥିଲା। ବ୍ରିଜଭୂଷଣ ଶରଣ ସିଂ ଏଥିରେ ୧୧ ଲକ୍ଷ ଲୋକ ଏକତ୍ରିତ ହେବାର ଦାବି କରିଥିଲେ। କିନ୍ତୁ ଏବେ ରାଲିକୁ ବ୍ରିଜଭୂଷଣ ନିଜେ ହିଁ ବାତିଲ କରିଛନ୍ତି। ସେ ଫେସବୁକରେ ପୋଷ୍ଟ ଲେଖି ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ ସେ କୋର୍ଟଙ୍କୁ ସମ୍ମାନ ଜଣାଇ ଏହି ରାଲିକୁ ବାତିଲ କରିଛନ୍ତି। ତାଙ୍କର ଏହି ରାଲି ୨୦୨୩ ଜୁନ୍‌ ୫ରେ ଅଯୋଧ୍ୟାରେ ଆୟୋଜିତ ହେବାର ଥିଲା। ଯଦିଓ ପ୍ରଶାସନ ତରଫରୁ ଏହାକୁ ମଞ୍ଜୁରୀ ମିଳି ନ ଥିଲା।

ସେ ଫେସବୁକ ପୋଷ୍ଟରେ ବିରୋଧୀଙ୍କୁ ଟାର୍ଗେଟ କରି କହିଛନ୍ତି ଯେ ସେ ସମସ୍ତ ସମ୍ପ୍ରଦାୟ ଏବଂ ଧର୍ମର ଲୋକଙ୍କୁ ଏକଜୁଟ କରିବାକୁ ଚେଷ୍ଟା କରିଛନ୍ତି, ତେଣୁ ବର୍ତ୍ତମାନ ତାଙ୍କ ବିରୋଧରେ ମିଥ୍ୟା ଅଭିଯୋଗ ଅଣାଯାଉଛି। ଏହା ସହିତ ସେ କହିଛନ୍ତି କି, ପୋଲିସ ଅଭିଯୋଗର ତଦନ୍ତ କରୁଛି। ସୁପ୍ରିମକୋର୍ଟ ମଧ୍ୟ ଗମ୍ଭୀର ନିର୍ଦ୍ଦେଶ ଦେଇଛନ୍ତି, ଯାହାଙ୍କୁ ସମ୍ମାନ ଜଣାଇ ସେ ଜନଚେତନା ରାଲିକୁ ବାତିଲ କରୁଛନ୍ତି।

କହି ରଖୁଛୁ, ବ୍ରିଜଭୂଷଣ ସିଂଙ୍କ ବିରୋଧରେ କୁସ୍ତିଯୋଦ୍ଧାମାନେ ଯୌନ ଉତ୍ପୀଡ଼ନର ଅଭିଯୋଗ ଆଣିଛନ୍ତି। ତାଙ୍କ ବିରୋଧରେ ଦୁଇଟି ଏଫ୍ଆଇଆର୍ ପଞ୍ଜୀକୃତ ହୋଇଥିଲା। ସେଥି ମଧ୍ୟରୁ ଗୋଟିଏ ଏଫ୍‌ଆଇଆର୍‌ ନାବାଳିକାଙ୍କ ଅଭିଯୋଗ ଆଧାରରେ ପଞ୍ଜୀକୃତ ହୋଇଥିଲା। ବର୍ତ୍ତମାନ ପୋଲିସ ଏହି ଅଭିଯୋଗର ତଦନ୍ତ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.