Below header

କାହିଁକି ବାରମ୍ବାର ମୃତ୍ୟୁର କାରଣ ହେଉଛି ବିଦ୍ୟୁତ ତାର ? ଏଥିପାଇଁ କିଏ ଦାୟୀ ? ଜାଣନ୍ତୁ କଣ କହୁଛି ତଥ୍ୟ

କେନ୍ୟୁଜ୍(ବ୍ୟୁରୋ):  କାହିଁକି ବାରମ୍ବାର ମୃତ୍ୟୁର କାରଣ ହେଉଛି ବିଦ୍ୟୁତ ତାର ? ୨୦୧୬ ମସିହାରେ ଢେଙ୍କାନାଳ ଭୁବନରେ ବିଦ୍ୟୁତ ତାର ଯୋଗୁ ୬ ଜଣଙ୍କ ଜୀବନ ଯାଇଥିଲା । ବିଦ୍ୟୁତ ତାର ତଳକୁ ଝୁଲି ରହିଥିବାରୁ ଏକ ଯାତ୍ରୀବାହୀ ବସ୍‌ରେ ଲାଗିଯାଇଥିଲା । ଫଳରେ ଏପରି ଅଘଟଣ ଘଟିଥିଲା । ଏବେ ବ୍ରହ୍ମପୁର ମେଣ୍ଢରାଜପୁର ଘଟଣା ସାରା ରାଜ୍ୟକୁ ସ୍ତବ୍ଧ କରିଛି । ପ୍ରଶ୍ନ ଉଠୁଛି ଏସବୁ ଘଟଣା ପାଇଁ ଦୋଷ କାହାର ? ସଂପୃକ୍ତ ବସ୍‌ର ଡ୍ରାଇଭର କେମିତି ଜାଣି ପାରିଲେ ନାହିଁ ? ବସ୍‌ ବିଦ୍ୟୁତ ତାରରେ ଲାଗିବ ସେକଥା କେମିତି ଜାଣି ପାରିଲେ ନାହିଁ ? ବିପଦ ଥିବା ସତ୍ତ୍ୱେ କେମିତି ବସ୍‌କୁ ଆଗକୁ ବଢ଼ାଇଲେ ? ଯଦି ତାର ଲାଗିଲା ବସକୁ ଠିଆ ନକରି ଆଗକୁ କିଭଳି ବଢ଼ାଇଲେ ? ସେହିପରି ୧୧ କେଭି ବିଦ୍ୟୁତ ତାର ତଳେ ଝୁଲି ରହିଥିଲା କି ? କେମିତି କେହି ଦେଖି ପାରି ନଥିଲେ ? ବିଦ୍ୟୁତ ବିଭାଗ ନଜରରେ ପଡୁନାହିଁ ? କାହାର ଭୁଲ୍‌ ପାଇଁ ଅକାଳରେ ଚାଲିଗଲା ୧୦ ନିରୀହ ଜିବନ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.