Below header

ସ୍ୱାମୀର ମୃତ୍ୟୁ ଖବର ପାଇ ବେକରେ ରଶି ଲଗାଇ ଆତ୍ମହତ୍ୟା କଲା ସ୍ତ୍ରୀ, ବାପଘର କହୁଛନ୍ତି ଝିଅକୁ କରାଯାଇଛି ହତ୍ୟା

ଆଳି(କେ ନ୍ୟୁଜ): ସ୍ୱାମୀର ମୃତ୍ୟୁ ଖବର ପାଇବା ପରେ ସ୍ତ୍ରୀ କଲା ଆତ୍ମହତ୍ୟା।ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ ଚେରଣ୍ଟପଡ଼ା ଗାଁରେ । ସୂଚନା ଆନୁଯାଇ ଗାଁର ମନୋଜ ତରାଇ ନାମକ ଜଣେ ବ୍ୟକ୍ତି ଭଦ୍ରକ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ଲାନିଂଗ ଅଫିସର ଭାବେ କାର୍ଯ୍ୟରତ ଥିଲେ । ଗତ ୨୫ତାରିଖ ଦିନ ଘରକୁ ବାଇକ ଯୋଗେ ଆସୁଥିବା ସମୟରେ ଚାନ୍ଦବାଲିର ନହୁଲିଆ ଠାରେ ଦୁର୍ଘଟଣାଗ୍ରସ୍ଥ ହୋଇଥିଲା । ସେ ଗୁରୁତର ଅବସ୍ଥାରେ ଭୁବନେଶ୍ୱରରେ ଏକ ଘରେଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । କିନ୍ତୁ ଗତ ୨୮ ତାରିଖ ରାତିରେ ତାଙ୍କର ମୃତ୍ୟୁ ଘଟିଥିଲା ।

kendrapada suicide

ହେଲେ ସ୍ୱାମୀଙ୍କ ମୃତ୍ୟୁ ଖବର ପାଇବା ପରେ ଆଜି ପତ୍ନୀ ସ୍ୱପ୍ନା ମାଝି ମାନସିକ ଭାରସ୍ୟାମ ହରାଇ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ସୂଚନାରୁ ଜଣାଯାଇଛିଯେ ୨୦୨୦ ଜାନୁଆରୀ ମାସରେ ଦୁହିଁଙ୍କର ବିବାହ ହୋଇଥିଲା । କିନ୍ତୁ ସ୍ୱପ୍ନାଙ୍କ ମୃତ୍ୟୁପରେ ଅଧିକ ଯୌତୁକ ଦାବି କରି ଶାଶୁଘର ଲୋକେ ତାଙ୍କୁ ହତ୍ୟା କରାଯାଇ ଥିବା ସ୍ୱପ୍ନାଙ୍କ ପରିବାର ଲୋକେ । ଏନେଇ ରାଜକନିକା ଥାନାରେ ଏକ ଅଭିଯୋଗ ଦାୟର କରିଛନ୍ତି । ରାଜକନିକା ପୋଲିସ ସ୍ୱପ୍ନାଙ୍କ ମୃତ ଦେହକୁ ଜବତ କରି ଅଧିକ ତଦନ୍ତ ଜାରି ରଖିଛି ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.