ସଣ୍ଡେରେ ବନାନ୍ତୁ ଟେଷ୍ଟି ଚିକେନ ବରା

ସପ୍ତାହର କାର୍ଯ୍ୟ ପରେ ସଣ୍ଡେ ବା ରବିବାର ବିଶ୍ରାମର ଦିନ । ଏହି ଛୁଟି ଦିନରେ ପରିବାର ସହ ବସି ଚଟ୍‌ପଟା ଖାନା ଖାଇବାର ମଜା କିଛି ନିଆରା । ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଟେଷ୍ଟି ଚିକେନ ବରା । ସନ୍ଧ୍ୟାରେ ଘରେ ବସି ମଜା ନିଅନ୍ତୁ ଏହି ଚିକେନ ବରାର । ଆସନ୍ତୁ ଜାଣିବା କିପରି ବନାଇବେ ଚିକେନ ବରା ।

ଆବଶ୍ୟକୀୟ ସାମଗ୍ରୀ :

କିମା ଚିକେନ – ୨୫୦ ଗ୍ରାମ
ଅଣ୍ଡା – ୧ଟି
ଗ୍ରାମ ଫ୍ଲୋର
ଭିଜା ହୋଇଥିବା ଚଣାଡାଲି- ୨ ବଡ଼ ଚାମଚ
କଞ୍ଚା ଲଙ୍କା (କଟା ହୋଇଥିବା)- ୨ ଛୋଟ ଚାମଚ
ଅଦା ରସୁଣ ପେଷ୍ଟ – ୧ ଛୋଟ ଚାମଚ
ପିଆଜ – ୧୦୦ ଗ୍ରାମ
ଧଣିଆ – ୨ ବଡ଼ ଚାମଚ
ଭୃସଙ୍ଗ ପତ୍ର(କଡି ପତା) – ୫ ଟି
ଲାଲ ଲଙ୍କା ଗୁଣ୍ଡ –୧ ଛୋଟ ଚାମଚ
ହଳଦୀ – ୧/୪ ଚାମଚ
ଲୁଣ – ୧ ଛୋଟ ଚାମଚ
ଗରମ ମସଲା – ୧ ଛୋଟ ଚାମଚ
ଛାଣିବା ପାଇଁ ତେଲ

ପ୍ରସ୍ତୁତି ବିଧି :

୧. ଗୋଟିଏ ପାତ୍ରରେ ୨୫୦ କିମା ଚିକେନ, ୧ ଅଣ୍ଡା, ବେସନ-୪୫ ଗ୍ରାମ, ଭିଜା ଚଣା ଡାଲି- ୨ ଚାମଚ,କଟା କଞ୍ଚା ଲଙ୍କା, ଅଦା ରସୁଣ ପେଷ୍ଟ, ୧୦୦ ଗ୍ରାମ ପିଆଜ,ଧନିଆ ଗୁଣ୍ଡ, ଭୃସଙ୍ଗ ପତ୍ର,ଲାଲ ଲଙ୍କା ଗୁଣ୍ଡ, ଲୁଣ,ହଳଦୀ ଓ ଗରମ ମସଲା ଭଲ ଭାବେ ମିଶାନ୍ତୁ ।

୨. ହାତରେ ଏହି ମିଶ୍ରଣକୁ ନେଇ ଏହାକୁ ବରା ଭଳି ଆକାର କରନ୍ତୁ ।

୩. ଏକ କଡ଼େଇରେ ତେଲ ଗରମ କରି ଏଥିରେ ଏହି ବରାକୁ ପକାଇ କୁର୍‌କୁରେ ହେବା ପର୍ଯ୍ୟନ୍ତ ଛାଣନ୍ତୁ ।

୪. ଏବେ ଏହାକୁ ଗରମ ଗରମ ପରସନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.