Below header

ଫୋନରେ କଥା ହୋଇ ପୋଲିସକୁ ୨୭ ହଜାର ଟଙ୍କା ଫାଇନ ଦେଲେ ମହିଳା, ଜାଣନ୍ତୁ ପ୍ରକୃତ ଘଟଣା

ସୋସିଆଲ ମିଡିଆରେ ପ୍ରତିଦିନ ଏମିତି କିଛି ଘଟାଣା ଶୁଣିବାକୁ ବା ଦେଖିବାକୁ ମିଳେ ଯାହାକୁ ଜାଣିଲେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି । ଏବେ ସେହିଭଳି କିଛି ଅଜବ ଘଟଣା ସାମ୍ନାକୁ ଆସିଛି । ଯାହାକୁ ଶୁଣିଲେ ଆପଣଙ୍କ ହୋସ ଉଡିଯିବ । ଘରେ ଫୋନରେ କଥା ହେବା ପଡିଲା ମହଙ୍ଗା । ଘରେ ଫୋନରେ କଥା ହେଉଥିବା କାରଣରୁ ମହିଳା ଜଣକୁ ଫାଇନ ଦେବାକୁ ପଡିଥିଲା । ଜାଣନ୍ତୁ ପ୍ରକୃତ ଘଟଣା ।

ନ୍ୟୁୟର୍କ ପୋଷ୍ଟ ଅନୁଯାୟୀ, ଏହି ମହିଳା ଜଣକ ନାମ Diamond Robinson। ସେ Cushing Street, Eastpointe ସ୍ଥିତ ନିଜ ଘରେ ରୁହନ୍ତି । ଏହି ସମୟରେ ସେ ଫୋନରେ ଜୋର୍‌ରେ କଥା ହେବା କାରଣରୁ ତାଙ୍କ ପଡ଼ୋଶୀ ବିରକ୍ତ ହୋଇଯାଇଥିଲେ । ବାରମ୍ବାର ଘର ଉପର ତଳ ହୋଇ ଫୋନରେ ଜୋରରେ କଥା ହେବାର ଦେଖି ତାଙ୍କୁ ଫୋନରେ କଥା ହେବାକୁ ମନା କରିଥିଲେ । ଧିର ସ୍ୱରରେ କଥା ହେବାକୁ କହିଥିଲେ । କିନ୍ତୁ ଏହାକୁ ଉକ୍ତ ମହିଳା ଜଣକ ମାନି ନଥିଲେ । ଅଭିଯୋଗ କରିଥିବା ମହିଳାଙ୍କୁ ସେଠାରୁ ଚାଲିଯିବାକୁ କହିଥିଲେ ।

7564
pc: Navbharat times

ପରେ Robinson ମହିଳାଙ୍କ ଘରକୁ Eastpointe ପୋଲିସ ଆସିଥିଲେ । କଥା ନମାନି ଏସବୁକୁ ଫେସବୁକ ଲାଇଭ କରୁଥିବାରୁ ପୋଲିସ ରାଗିଯାଇଥିଲେ । ପରେ ତାଙ୍କର ଫାଇନ କାଟିଥିଲେ । ଫାଇନରେ ମହିଳା ଜଣକ ୩୮୫ ଡଲାର ଅର୍ଥାତ ୨୭ ହଜାର ଟଙ୍କା ଜରିମାନା ଦେଇଥିଲେ । ଏହି ଖବର ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.