ଚୋରି କରି ଧରାପଡ଼ିଲେ ଗଛରେ ବନ୍ଧା ହୋଇ ମାଡ଼ ଖାଇଲେ

ଜଗତସିଂହପୁର (କେନ୍ୟୁଜ୍‌) : ଏ ସପ୍ତାହାନ୍ତ ସଟ୍‌ଡାଉନ୍‌ ଭିତରେ ସେମାନେ ଚୋରି କରୁଥିଲେ । ହେଲେ ଧରାପଡ଼ିଗଲେ । ତା ପରେ ଯାହା ହେବା କଥା ହେଲା । ଚୋର ତିନିଜଣଙ୍କୁ ଗାଁ ଲୋକେ ଧରି ବେଶ୍‌ ଉତ୍ତମ ମଧ୍ୟମ ଦେଲେ । ତାପରେ ପୋଲିସ୍‌ ଡାକି ହସ୍ତାନ୍ତର କଲେ ।
ଏ ଘଟଣା ହେଉଛି ଜଗତସିଂହପୁର ଜିଲ୍ଲା ସଦର ଥାନା ମଧୁସୂଦନପୁର ଶାସନ ଗାଁର ।

ଶିଙ୍ଗାରପୁର ଅଂଚଳର ତିନିଜଣ ଯୁବକ ସ୍ନେହାଶିଷ ନନ୍ଦଙ୍କ କୁକୁଡ଼ା ଫାର୍ମରେ ପଶି ପାଣି ମଟର ଚୋରାଇ ନେଉଥିବା ବେଳେ ଲୋକଙ୍କ ହାବୁଡେ ପଡିଗଲେ । ଲୋକେ ସେମାନଙ୍କୁ ଧରି ଗଛରେ ବାନ୍ଧି ପକାଇଲେ । ମାଡ଼ ମାରି ହାତ ବି ସେକିଲେ । ପରେ ପୋଲିସକୁ ହସ୍ତାନ୍ତର କରିଛନ୍ତି ।

ଗ୍ରାମବାସୀଙ୍କ ଅଭିଯୋଗ ହେଉଛି, ଏହି ଅଂଚଳରେ ବାରମ୍ବାର ମଟର ଚୋରି ସାଙ୍ଗକୁ ବିଭିନ୍ନ ଜିନିଷ ଚୋରି ହେଉଥିଲା । ତେବେ କେହି ଧାରା ପଡୁନଥିଲେ । ହେଲେ ଦିନ ବେଳେ ଚୋରି କରି ଏହି ତିନି ଜଣ ଧରାପଡ଼ିଗଲେ । ସେମାନଙ୍କ ନାଁରେ ଥାନାରେ ପାଞ୍ଚଟି ଏତଲା ଦିଆଯାଇଛି । ପୋଲିସ ସେମାନଙ୍କୁ ଗିରଫ କରି ତଦନ୍ତ କରୁଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.